୩୬ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ରଣବୀର ସିଂହ

ବଲିଉଡର ନାମୀଦାମୀ ସୁପରଷ୍ଟାର ରଣବୀର ସିଂହଙ୍କର ଆଜି ଜନ୍ମଦିନ। ୩୬ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର। ଏହି ଅବସରରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି।

0

(ମୁମ୍ବାଇ) : ବଲିଉଡର ନାମୀଦାମୀ ସୁପରଷ୍ଟାର ରଣବୀର ସିଂହଙ୍କର ଆଜି ଜନ୍ମଦିନ। ୩୬ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର। ଏହି ଅବସରରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାନୁଯାୟୀ , ୧୯୮୫ ଜୁଲାଇ ୬ରେ ମୁମ୍ବାଇରେ ରଣବୀରଙ୍କ ଜନ୍ମ ହୋଇଥିଲା। ବଲିଉଡର ଚିର ସବୁଜ ଅଭିନେତା ଅନିଲ କପୁରଙ୍କ ସମ୍ପର୍କୀୟ ହେଉଛନ୍ତି ରଣବୀର। ସେ ଦୀପିକା ପାଦୁକୋନଙ୍କୁ ୬ ମାସ ଡେଟ୍ କରିବା ପରେ ୨୦୧୮ ନଭେମ୍ଵର ୧୪ରେ ଅଭିନେତ୍ରୀ ବିବାହ କରିଛନ୍ତି। ଅନ୍‌ସ୍କ୍ରିନ୍ ହେଉକି ଅଫ୍‌ସ୍କ୍ରିନ୍ ଏହି ଯୋଡିଙ୍କୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରନ୍ତି। ସଞ୍ଜ ଲିଲା ଭଂସାଲୀଙ୍କ ଫିଲ୍ମ ଗୋଲିୟୋଁ କି ରାସଲୀଲାଲ ରାମଲୀଲା ଫିଲ୍ମରେ ପତିପତ୍ନୀ ଏକା ସାଙ୍ଗରେ କାମ କରିଛନ୍ତି। ଏହାପରେ ଫାଇଣ୍ଡିଙ୍ଗ୍ ଫନି, ବାଜିରାଓ ମସ୍ତାନୀ, ପଦ୍ମାବତ ଭଳି ଫିଲ୍ମରେ ଦୁହେଁ ଏକା ସାଙ୍ଗରେ କାମ କରିଛନ୍ତି।
ତେବେ ରଣବୀରଙ୍କ ଅପକମିଂ ଫିଲ୍ମ ୮୩ରେ ସେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୧୯୮୩ରେ ହୋଇଥିବା ୱାର୍ଲ୍ଡ କପ୍‌ ଉପରେ ଆଧାରିତ। ତେବେ ରଣବୀରଙ୍କ ପରିଶ୍ରମ ତାଙ୍କୁ ଆଜି ବଲିଉଡରେ ସଫଳ କରାଇଛି।