(ମୁମ୍ବାଇ ): ବଲିଉଡ ଅଭିନେତ୍ରୀ ଓ ରାଜନେତ୍ରୀ ଜୟ ପ୍ରଦା ଆଜି ନିଜର ୫୯ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଉପଲକ୍ଷେ ଜାଣିବା କିଛି ତଥ୍ୟ :-
ଜୟପ୍ରଦା ୧୯୬୨ମସିହା ଏପ୍ରିଲ ୩ତାରିଖରେ ଆନ୍ଧ୍ର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ଜୟପ୍ରଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ସମୟରେ ଅନେକ ଉତ୍କୃଷ୍ଟ ଚଳଚିତ୍ର ନିର୍ମାଣ କରିଛନ୍ତି । ସେ କେବଳ ରାଜନୀତି ନୁହେଁ ବଲିଉଡରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କର ଚଳଚିତ୍ର କ୍ୟାରିୟର ବହୁତ ଲମ୍ବା ହୋଇନଥିଲା ଏବଂ ୧୯୮୮ ପରେ ତାଙ୍କର କ୍ୟାରିଅର ଗ୍ରାଫ୍ ତଳକୁ ଆସିବା ଆରମ୍ଭ କଲା । ଜୟା ୧୯୯୪ ରେ ତେଲୁଗୁ ଦେଶମ ପାର୍ଟିରୁ ରାଜନୈତିକ ଯାତ୍ରା ଆରମ୍ଭ କଲେ । ଦୁଇ ବର୍ଷ ପରେ ତାଙ୍କୁ ୧୯୯୬ରେ ତେଲୁଗୁ ଦେଶମ ପାର୍ଟି ତରଫରୁ ରାଜ୍ୟ ସଭାକୁ ଯାଇଛନ୍ତି । ସେ ୨୦୦୪ ରେ ଜିତିରାମପୁରରୁ ସାଂସଦ ହୋଇଥିଲେ । ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଲୋକସଭା ନିର୍ବାଚନରେ ରାମପୁରରୁ ବିଜେପି ଟିକେଟ୍ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ନିର୍ବାଚନରେ ପରାଜିତ ହୋଇଥିଲେ । ଯାହା ପରେ ସେ ରାଜନୀତିରୁ ଦୂରତ୍ୱ ଆରମ୍ଭ କରିଥିଲେ ।