(ଅଜିତ ସାହୁ /ବସ୍ତା): ଆଜି ହେଉଛି ପବିତ୍ର ଗୁରୁ ଦିବସ। ଆଜିର ଦିନରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ରେ ସାଧାରଣତ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜା ଅର୍ଚ୍ଚନା କରିବା ସହିତ ସମ୍ମାନ ଉଦ୍ଦେଶ୍ୟରେ ଛୋଟ ବଡ ଉପହାର ଦେଇ ଥାନ୍ତି। ମାତ୍ର ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ତାଡ଼ଦା ବିଜେପି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରି ସମାଜ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିଦ୍ୟାଳୟର ପୁରାତନ ଚାତ୍ର ଛାତ୍ରୀ ଯେଉଁ ମାନେ କି, ଏବେ ଚାକିରି ଜୀବନରୁ ଅବସର ନେଇ ସାରିଲେଣି । ମାତ୍ର ଅବସର ପରେ ଅସୁସ୍ଥତା ,ବ୍ୟସ୍ତବହୁଳ ଜୀବନ, ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ବି ସେମାନେ ତାଙ୍କର ଗୁରୁ ଙ୍କୁ ଭୂଳିନାହାନ୍ତି।
ପ୍ରାକ୍ତନ ଛାତ୍ରଛାତ୍ରି ସୁଦର୍ଶନ ପ୍ରଧାନ, କମଳ ଲୋଚନ ସାହୁ,ରଘୁନାଥ ବିଶ୍ଵାଳ, ବିଜୟ କୁମାର ଦତ୍ତ,ପରମାନନ୍ଦ ସୁର,ଲକ୍ଷ୍ମୀଧର ପାତ୍ର,ସୁଦର୍ଶନ ଦାସ, ମଧୁସୂଦନ ସାହୁ, ଭାଗବତ ବିଶ୍ଵାଳ,ବୁଦ୍ଧଦେବ ପ୍ରଧାନ, ଝାଡେଶ୍ୱର ପ୍ରଧାନ, ଉର୍ମିଳା ଆଚାର୍ଯ୍ୟ, ନାରାୟଣ ମହାପାତ୍ର, ଆଇନ ଜିବୀ ପର୍ଶୁରାମ ପ୍ରଧାନ, ପୁରୁଷୋତ୍ତମ ବାରିକ, ପ୍ରମୁଖ ସେତେବେଳର ପ୍ରାକ୍ତନ ଓ ଅବସର ପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ପରିଡ଼ା, ବରେନ୍ଦ୍ର କୁମାର ପ୍ରଧାନ, ଇନ୍ଦୁମାଧବ ମହାନ୍ତି, ଗୌରାଙ୍ଗ ଚରଣ ପାତ୍ର, ପିତାମ୍ବର ସାହୁ, ଲକ୍ଷ୍ମଣ କୁମାର ସାହୁ ଙ୍କ ଘରକୁ ଘର ଯାଇ ଗୁରୁ ବନ୍ଦନା କରି ତାଙ୍କର ଆରୋଗ୍ୟ ଜୀବନ କାମନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। “ଆମ ଗୁରୁ ଆମ ପାଇଁ ଗର୍ବ ଗୌରବ ଏବଂ ନୀତି ଆଦର୍ଶ” ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବିନୋଦ ବିହାରୀ ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ବାଲେଶ୍ଵର ସ୍ଥିତ ବାସଭବନରେ ” ଅମ୍ଳାନ ପ୍ରତିଭା” ସ୍ମରଣିକା ଉନ୍ମୋଚନ ହୋଇଯାଇଛି। ଯାହାକୁ ନେଇ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବେସ ଆନନ୍ଦିତ ଥିବା ବେଳେ ,ବର୍ତ୍ତମାନର ଯୁବ ପୀଢ଼ି, ଛାତ୍ରଛାତ୍ରୀଙ୍କ ଙ୍କୁ ପ୍ରେରଣା ଯୋଗାଇବା ସହିତ ଉଦାହରଣ ସୃଷ୍ଟି କରିଛି।