କାମାକ୍ଷାନଗର (ସୁମିତ୍ରା ମିଶ୍ର );-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଏହିକାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାମାକ୍ଷାନଗର ବଜରଙ୍ଗ ଦଳ ଓ ବିଜେପି ଦଳ ମିଳିତ ଏହି କାଯ୍ୟକ୍ରମ ସ୍ଥାନୀୟ ଶିଶୁ ମନ୍ଦିର ପଡିଆରୁ ଏକ ବିଶାଳ ରାଲିରେ ବାହାରିଥିଲା। ସମସ୍ତଙ୍କ ହାତରେ ଜାତିୟପତାକ ଧରିବା ସହ ପ୍ରାୟ ୧୦୦ ମିଟର ବିଶିଷ୍ଠ ଏକ ବିଶାଳ ତିରଙ୍ଗା ପତାକା ଧରି ବନ୍ଦେ ମାତାରଂ ଓ ଭାରତ ମାତାକି ଜୟ ନାରାବାଜି କରି ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ପୁନଶ୍ଚ ରାଲି ଶିଶୁମନ୍ଦିର ପଡିଆରେ ପହଞ୍ଚି ରାଲି ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ବହୁସଂଖ୍ୟାରେ ବଜରଙ୍ଗି ଓ ବିଜେପି କର୍ମି ସାମିଲ ଥିଲେ।