କରୋନାରେ ସଂକ୍ରମିତ ହେଲେ ସ୍ପିନର୍‌ ହରଭଜନ ସିଂହ ଓ ତାଙ୍କ ପତ୍ନୀ 

ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ କରୋନା ଫାଶରେ ଭାରତର ପୂର୍ବତନ କ୍ରିକେଟର ତଥା ଅଫ୍‌ ସ୍ପିନର୍‌ ହରଭଜନ ସିଂହ।

0

(ମୁମ୍ବାଇ) : ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ କରୋନା ଫାଶରେ ଭାରତର ପୂର୍ବତନ କ୍ରିକେଟର ତଥା ଅଫ୍‌ ସ୍ପିନର୍‌ ହରଭଜନ ସିଂହ। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି। ହରଭଜନ ସୋଶାଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି।

 

ସୂଚନାନୁଯାୟୀ , ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟ ଘରେ ହିଁ ନିଜକୁ ଆଇସୋଲେଟ୍‌ କରିଛନ୍ତି। ଏନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘କଡା ସାବଧନାତା ସହ ୨ ବର୍ଷ ଚକମ୍‌ ଦାବ ପରେ, ଶେଷରେ ଭୂତାଣୁ ମୋତେ ଧରିନେଇଛି। ମୁଁ କରୋନାରେ ଆକ୍ରାନ୍ତ ହୋଇଛି।’