ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଓ ସ୍ଵାଧୀନତାର ୭୭ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଆହ୍ୱାନକୁ ସାକାର କରିବାକୁ ରାୟଗଡ଼ା ଜିଲ୍ଲା ବିଷମ କଟକ ଗୋଷ୍ଟି ଉର୍ଣୟନ ଅଧିକାରି ଶ୍ରୀଯୁକ୍ତ ସଦାଶିବ ନାୟକ,ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳ ମାଧବ ହିକକା, ବ୍ଲକ୍ ଅଧକ୍ଷା ଯୋସଦା ହୁଇକା,ବ୍ଲକ ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ,ସରପଞ୍ଚ ନମିତା କୁଳସିକାଙ୍କ ନେତୃତ୍ୱରେ ସହ ସହ ଲୋକଙ୍କ ଙ୍କୁ ନେଇ ସ୍ଥାନୀୟ ମା ମର୍କମା ମନ୍ଦିର ଠାରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରୀୟତା ଓ ରାଷ୍ଟ୍ର ଭକ୍ତିକୁ ଆଧାର କରି ଏହି ତିରଙ୍ଗା ଯାତ୍ରା କରିଯାଇଛି। ଏହି କାର୍ଯ୍ୟ କ୍ରମରେ ମା ମର୍କମା କଲେଜ ର ଏନ୍.ସି.ସି କମାଡ଼େଣ୍ଟ ବି ରବିଶଙ୍କର, ଏନ୍.ସି.ସି ଗ୍ରୁପ,କଲେଜ୍ ର ଛାତ୍ର ଛାତ୍ରୀ, ବ୍ଲକ୍ ର ସମସ୍ତ ଅଙ୍ଗନୱାଡ଼ି କାର୍ମି, ଆଶାକର୍ମୀ,ସ୍ୱେତ୍ସାସେବି ସଂଗଠନ ର କର୍ମ କର୍ତ୍ତା, ବ୍ଲକ୍ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ। ଏହି କାର୍ଯ୍ଯ କ୍ରମରେ ବିଷମ କଟକ ବ୍ଲକ୍ କାର୍ଯ୍ୟଳୟ ଠାରେ ହର୍ ଘର ତିରଙ୍ଗା ର ସେଲ୍ଫି ପଏଣ୍ଟ କରାଯାଇଥିଲା ଏଥିରେ ଲୋକେ ଶେଲ୍ଫି କାଡି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ଦେଖିବାକୁ ମିଳିଛି। ସେହିପରି ବିଷମ କଟକ ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାଥି ଜଗନ୍ନାଥ ନୁଡ୍ରୁକା ଙ୍କ ନେତୃତ୍ବରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ କରି ସହର ପରିକ୍ରମା କରଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ଦଳର ଜିଲ୍ଲା ସମ୍ପାଦକ ଦୁର୍ଯ୍ୟଧନ ପାଳ, ସର୍ବେଶ୍ଵର ସୁନା, ରମାକାନ୍ତ ପାଢି, ଗୌତମ ଉଲ୍ଲ।କା, ବାଦଲ କୁମାର ରଣା, ଶିବ ପାଢି, ଶୁଭମ୍ ମହାପାତ୍ର, ଅନିଲ ସାହୁ ଓ ଶତାଧିକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ ।