ଭୁବନେଶ୍ଵର: ଆଜି ହରିଶୟନ ଏକାଦଶୀ । ମହାପ୍ରଭୁଙ୍କ ପାଖରେ ଲାଗି ହେବ ଚୁଡାଘଷା । ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜି ଠାରୁ ଶୋଇଛନ୍ତି। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ।
ଏହିଦିନ ଠାରୁ ଭଗବାନ ବିଷ୍ଣୁ ଚାରିମାସ ପାଇଁ ଯୋଗନିଦ୍ରା ରେ ଯାଇ ଥାଆନ୍ତି l ଅର୍ଥାତ ଭଗବାନ ବିଷ୍ଣୁ ଙ୍କର ଶୟନ କାଳ ଆରମ୍ଭ ହୋଇଯାଇ ଥାଏ ତେଣୁ ଏହାକୁ ଦେବ ଶୟନ ଏକାଦଶୀ ବୋଲି କୁହାଯାଇ ଥାଏ l ଏହିଦିନ ଠାରୁ ଚତୁର୍ମାସ୍ୟା ମଧ୍ୟ ଆରମ୍ଭ ହୋଇଯାଇ ଥାଏ ଏବଂ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ, ଏବଂ ସୁଖ ସମୃଦ୍ଧିର ମଧ୍ୟ ବୃଦ୍ଧି ହୋଇଥାଏ l ଶାସ୍ତ୍ର ଅନୁସାରେ ଏହିଦିନ ଠାରୁ ଜଗତର ପାଳନ କର୍ତା କ୍ଷୀର ସାଗରରେ ଅନନ୍ତ ଶୟନ ରେ ବିଶ୍ରାମ କରି ଥାଆନ୍ତି, ତେଣୁ ଏହିଦିନ ପ୍ରଭୁଙ୍କୁ ଦୁଗ୍ଧ ସମର୍ପିତ କରିବା ଜରୁରୀ ଅଟେ l
ଯେଉଁ ଚାରିମାସ ବିଷ୍ଣୁ ଯୋଗ ନିଦ୍ରାରେ ଯାଇ ଥାଆନ୍ତି ସେହି ସମୟରେ ସଂସାରର ପାଳନ ଦାୟିତ୍ୱ ମହାଦେବ ଙ୍କ ଉପରେ ରହିଥାଏ, ତେଣୁ ଆଜିର ଦିନରେ ମହାଦେବ ଙ୍କୁ ମଧ୍ୟ ଅଭିଷେକ କରିବା ଜରୁରୀ l ଯଦି କୌଣସି ବ୍ୟକ୍ତି ଜୀବନ ରେ ସୁଖ ସମୃଦ୍ଧି ପାଇଁ ଏକାଦଶୀ ବ୍ରତ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନରୁ ଆରମ୍ଭ କରିପାରିବେ l ଏବଂ ଏଥିପାଇଁ ଭଗବାନ ବିଷ୍ଣୁଙ୍କୁ ଆରାଧନା କରି ଜଳ ଓ ଦୁଗ୍ଧ ଅର୍ପଣ କରନ୍ତୁ l ଏକାଦଶୀ ବ୍ରତ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଏବଂ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l