(ରିପୋଟର୍ସ ଟୁଡେ,ଭୁବନେଶ୍ୱର):ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘ହାରପିସ’ ଭାଇରସ ବ୍ୟାପି ଥିବା ଜଣାଯାଇଛି । ଏଠାରେ ଥିବା ପୁରୁଷ ହାତୀ ‘ଚନ୍ଦନ’ର ଗତକାଲି ଭୋର ପ୍ରାୟ ୩ଟା୪୦ରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ ସେ ଏହି ଭାଇରସ ଯୋଗୁ ପ୍ରାଣ ହରାଇଥିବା ସୁଚନା ମିଳିଛି । ଚନ୍ଦନର ମୃତ୍ୟୁ ପରେ ଏଠାରେ ଅନ୍ୟ ହାତୀଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡିଛନ୍ତି ନନ୍ଦନକାନନ କତ୍ତୃପକ୍ଷ । ଏଠାରେ ଥିବା ଅନ୍ୟ ୬ ମାଇ ହାତୀଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଉଛି । ସେମାନେ ଯେପରି ଅନ୍ୟ କେଉଁ ହାତୀମାନଙ୍କ ସଂସ୍ପର୍ଶରେ ଆସି ପାରିବେ ନାହିଁ ସେ ନେଇ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବାର ସମ୍ଭାବନା ରହିଛି ।
ଗତ ୧୩ ତାରିଖରୁ ଚନ୍ଦନ ଅସୁସ୍ଥ ଥିଲା । ସେ ‘ହରପିସ’ ଭୁତାଣୁ ସଂକ୍ରମଣରେ ତାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରେ ତାହା ସ୍ପଷ୍ଟ ହୋଇଛି ।