ବଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ ସନମ ତେରି କସମ୍ । ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ପାକିସ୍ତାନୀ ଅଭିନେତ୍ରୀ ମାଓ୍ବରା ହୁସୈନ ଅଭିନ୍ଥଚ୍ଛ ଏହି ଚଳଚିତ୍ରଟି ଖୁବ୍ ଲୋକପ୍ରିୟ ହୋଇଥିଲାା । ଯାହାକୁ ପ୍ରେକ୍ଷାଳୟ ଗୁଡିକରେ ରି ରିଲିଜ କରାଯାଇଥିଲା । କେବଳ ସେତିକି ନୁହେଁ ଏହାର ପାର୍ଟ ୨ ଆଣିବା ଦର୍ଶକ ଦାବି କରିଥିଲେ । ଆଉ ପାର୍ଟ ୨ରେ ମଧ୍ୟ ସେହି ସମାନ କଳାକାର ରହିବେ ବୋଲି କୁହାଯାଉଥିଲା । ହେଲେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହର୍ଷବର୍ଦ୍ଧନ ତାଙ୍କ ସୋସିଆଲ ମିଡିଆରେ ମାୱରାଙ୍କ ସହିତ ଫିଲ୍ମର ପରବର୍ତ୍ତୀ ଭାଗ କରିବାକୁ ମନା କରିଦେଇଛନ୍ତି ।
ମାଓ୍ବରା ଭାରତର କାର୍ୟ୍ୟାନୁଷ୍ଠାନକୁ ବର୍ବୋରଚିତ କହିଥିଲେ। ଏପରିକି ଏହାଦ୍ୱାରା ତାଙ୍କ ଦେଶର ନିରୀହ ଲୋକେ, ପିଲାମାନଙ୍କ ମୃତ୍ୟୁ ହେଉଥିବା ସେ କହିଥିଲେ। ହେଲେ ହର୍ଷବର୍ଦ୍ଧନ ଏହାକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ ମୁଁ ସମସ୍ତ ପ୍ରଶଂସା ଲାଗି ଖୁସି। ହେଲେ ଯେଉଁଭଳିର ସ୍ଥିତି ଏବେ ରହିଛି ଏବଂ ମୋ’ ଦେଶ ବିରୋଧରେ କମେଣ୍ଟ ଦିଆଯାଇଛି, ତା ପରେ ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ‘ସନମ ତେରି କସମ ୨’ର ପୁରୁଣା କଳାକାରଙ୍କୁ ନିଆଯାଏ ତେବେ ମୁଁ ଏହାକୁ କରିବି ନାହିଁ। ତେବେ ଏହି ପୋଷ୍ଟ ଜରିଆରେ ମାଓ୍ବରାଙ୍କ ସହ ଅଭିନୟ କରିବାକୁ ହର୍ଷବର୍ଦ୍ଧନ ସିଧାସଳଖ ମନା କରିଦେଇଛନ୍ତି। ଏହାକୁ ନେଇ ଅଭିନେତ୍ରୀ ମଧ୍ୟ ପୁଣିଥରେ ପ୍ରତିକ୍ରିୟା ରଖି ଏହାକୁ ପିଆର୍ ଷ୍ଟଣ୍ଟ ବୋଲି କହିଛନ୍ତି।