ବିଷମକଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ହାଟମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜକୁ ତିନି ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଜି ତାହା ସମାପ୍ତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରାୟ 300 ପିଲା ଅଂଶ ଗ୍ରହଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋହିନୀ ଦେବୀ ଙ୍କ ତତ୍ୱାବଧାନରେ ଏହା ସମ୍ପାଦିତ ହୋଇଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସେଥିରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଜ୍ଜାପନି ଉତ୍ସବରେ ମୁଖ୍ଯ ଅତିଥି ଭାବେ ବିଷମକଟକ ବ୍ଲକ ତହସିଲଦାର ଶ୍ରୀ କେ. ଭେଙ୍କେଟେଶ୍ଵର ରେଡ୍ଡୀ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।