ସକାଳୁ କରନ୍ତୁ ଏଇ ସବୁ ବ୍ରେକଫାଷ୍ଟ

0

ସକାଳେ ବ୍ରେକଫାଷ୍ଟ ଶରୀର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଡକ୍ତର ମାନେ କୁହନ୍ତି ସକାଳ ଖାଇବା ଅନ୍ୟ ଖାଇବା ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତୁ । ସକାଳ ପେଟଭରି ପୃଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ତେବେ ଚାଳନ୍ତୁ ଜାଣିବା ସକାଳ ବ୍ରେକଫାଷ୍ଟରେ କେଉଁ ସବୁ ଖାଦ୍ୟକୁ ସାମିଲ କରାଯିବା ଦରକାର ।

ସକାଳୁ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। ସକାଳୁ ସକାଳୁ ଅଣ୍ଡା ଖାଇବା ଦ୍ବାରା ରକ୍ତରେ ଶର୍କରା ଓ ଇନ୍‌ସୁଲିନ୍‌ ସ୍ତର ଠିକ୍‌ ଭାବେ ବଜାୟ ରହିଥାଏ। ଅଣ୍ଡାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟାକୁ ଦୂର କରିଥାଏ।

କିଛି ଲୋକଙ୍କର ସକାଳୁ ଉଠି ଚା’ ପିଇବାର ଅଭ୍ୟାସ ରହିଛି। ମାତ୍ର ମନେ ରଖନ୍ତୁ ଚା’ ପରିବର୍ତ୍ତେ ଆପଣ କଫି ପିଇଲେ ଶରୀର ପାଇଁ ସୁସ୍ଥକର। କଫିରେ ଥିବା କଫିନ୍‌ ମନକୁ ପ୍ରଫୁଲ୍ଲ କରି ଦେଇଥାଏ।

ସକାଳୁ ଆପଣ ସବୁଜ ଚା’ ବା ଗ୍ରିନ୍‌ ଟି ମଧ୍ୟ ପିଇପାରିବେ। କଫିରେ ଯେତିକି ପରିମାଣରେ କଫିନ୍‌ ଅଛି ଗ୍ରିନ୍‌ ଟି’ରେ ତାହାର ଅଧା ପରିମାଣର କଫିନ୍‌ ରହିଛି। ସେଥିପାଇଁ ପାରୁଛନ୍ତି ଯଦି ଗ୍ରିନ୍‌ ଟି ପିଅନ୍ତୁ।

ସକାଳୁ ପ୍ରୋଟିନ୍‌ ସେକ୍‌ ପିଇବା ଅଭ୍ୟ‌ାସ ରଖନ୍ତୁ। ଏହା ଶରୀର ପାଇଁ ଖୁବ୍ ଉପକାରୀ ‌ହୋଇଥାଏ।

ସକାଳ ଜଳଖିଆରେ ଆପଣ ବିଭିନ୍ନ ପ୍ରକାରର ଫଳ ସାମିଲ୍‌ କରିପାରିବେ। ବିଶେଷ କରି ସେଓ ଖୁବ୍ ଭଲ ହୋଇଥାଏ।