ନଆଦିଲ୍ଲୀ: ରାଜନୀତି ମୈଦାନରେ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦ ଦୁଇ ଖେଳାଳି ହିଟ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୧୪ ରେ ଭୋଟ ଗଣନା ଜୁନ ୪ ରେ ହୋଇଥିଲା । ଏନଡିଏ ୨୯୨ ଏବଂ ଆଇ ଏନ ଡି ଆଇ ଏ ୨୩୪ ସିଟ ହାତେଇଛି । ତେବେ ଏହି ନିର୍ବାଚନରେ ୪କ୍ରିଡାବିତ ମୈଦାନକୁ ଓଲାହାଇ ଥିଲେ । ଯେଉଁଥିରେ ଦୁଇ ଜଣ ଖେଳାଳି ସଫଳହୋଇଥିବା ବେଳେ ଦୁଇ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଟିଏମସି ଟିକେଟ ପାଇ ବହରାମପୁର ଲୋକସଭା ସିଟରେ ଜିତିଛନ୍ତି । ୟୁସୁଫ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ୮୫୦୨୨ରେ ହରାଇଛନ୍ତି । ୧୯୮୩ ରେ କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆର ସଦସ୍ୟ ଥିବା କିର୍ତ୍ତୀ ଆଜାଦ ଟିଏମସି ଟିକେଟରେ ବତ୍ତମାନ ଦୁର୍ଗାପୁରରେ ବିଜୟ ହାସଲକ ରିଛନ୍ତି । କିର୍ତ୍ତୀ ଆଜାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ୧୩୭୯୧ଭୋଟରେ ହରାଇଛନ୍ତି ।