(ହିଞ୍ଜିଳି /ରଜନୀକାନ୍ତ ପାତ୍ର ): ମନ୍ଦିରରୁ ପୁଣି ଲୁଟ । କଥାଟି ନୂଆ ହୋଇନଥିଲେ ମଧ୍ୟ ଗଂଜାମ ଭଳି ଏକ ପାରମ୍ପରିକ ଜିଲ୍ଲା ଯେଉଁଠି ଦେବଦେବୀଙ୍କ ପୂଜାର୍ଚନା ଅତ୍ୟଧିକ ହୋଇଥାଏ । ସେହି ଭଳି ସ୍ଥାନରେ ଏହି ଲୁଟ ଘଟଣା ଅଶୋଭନୀୟ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଏକ ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଡ଼ଘାଟି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କାମାକ୍ଷୀଙ୍କ ମନ୍ଦିରରୁ। ହୁଣ୍ଡୀ ଭାଙ୍ଗି ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଲୁଟି ନେଇ ଖାଲି ହୁଣ୍ଡି କୁ ମନ୍ଦିର ପାଖରେ ଫୋଫାଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଗ୍ରାମବାସୀ ଏନେଇ ପୋଲିସ କୁ ସୂଚନା ଦେଇଥିଲେ ମଧ୍ୟ ଖବର ଲେଖା ହେବା ପର୍ୟ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।
ସୂଚାନୁଯାୟୀ , ଗତ ରାତିରେ ଅଜଣା ଦୁର୍ବୁତ୍ତମାନେ ମନ୍ଦିରର ହୁଣ୍ଡି ତାଲା ତାଡ଼ି ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କାକୁ ନେଇ ଫେରାର ହେଇଯାଇଛନ୍ତି । ଶନିବାର ମନ୍ଦିର ପୂଜକ ହୁଣ୍ଡି ଭାଙ୍ଗିବା ଦୃଶ୍ୟ ଦେଖି ଗ୍ରାମ ବାସୀ ଓ ମନ୍ଦିର କମିଟିଙ୍କୁ ଖବର ଦେଇଥିଲେ। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି ।