ରାଗିଲେ ନବୀନ : କହିଲେ କିଛି ସ୍ୱାର୍ଥବାଦୀ ନେତା କରୁଛନ୍ତି ଅପପ୍ରଚାର

0

ଭୁବନେଶ୍ୱର ; ନବୀନଙ୍କ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନ ବିବାଦ , ନିର୍ବାଚନର ଦିର୍ଘଦିନ ପରେ ମଧ୍ୟ ଏବେ ବେସ ଚର୍ଚ୍ଚାରେ । ସୁନନ୍ଦା ବିଜେଡିରୁ ଇସ୍ତଫା ଦେବା ପରେ କଣ୍ଟାବାଞ୍ଜି ଆସନ ଓ ବିଜେଡିର ଟିକେଟ ଫାଇନାଲରେ କେଉଁ ମାନଙ୍କ ହାତ ରୁହେ ସେ ବିଷୟରେ ଗଣମାଧ୍ୟମରେ ସତ କହିଥିଲେ । ଏବଂ ସିଧା ସଳଖ ଆଶିଷ ସିଂ, ଡିଏସ କୁଟ୍ଟେ ଓ ପାଣ୍ଡିଆନଙ୍କ ନାଁ ମଧ୍ୟ ନେଇଥିଲେ । ଏବଂ ଏହା ପରେ ଏମାନଙ୍କୁ ଷଡଯନ୍ତ୍ର ବୋଲି ମଧ୍ୟ କୁହାଗଲା । ଯେଉଁ ଆସନରୁ ବିଜେଡି କେବେ ଜିତିବାର ଆଶା ନଥିଲା ସେଭଳି ଆସନରୁ ନବୀନ ବାବୁଙ୍କୁ ଛିଡା କରିବା ପାଇଁ କଣ ସତରେ ଏହି ମାନେ ନିଷ୍ପତ୍ତି ନେଇଥିଲେ କି ? ଏ ପ୍ରଶ୍ନର ମଧ୍ୟ ଅନେକ କାରଣ ରହିଛି । କାରଣ ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି , କିଛି ସ୍ୱାର୍ଥବାଦୀ ବ୍ୟକ୍ତି ଜାଣି ଶୁଣି ଏଭଳି ଅପପ୍ରଚାର କରୁଛନ୍ତି । ଯେଉଁମାନେ ଏଭଳି କେୁଛନ୍ତି ସେମାନଙ୍କୁ ଓଡିଶା ବାସୀ ଠିକ ବୁଝିଲେଣି , ଏବଂ ସେ ଏହାକୁ ନିନ୍ଦା ମଧ୍ୟ କରିଛନ୍ତି । କିନ୍ତୁ ଏ କଥା ନବୀନ ବାବୁ ସ୍ପଷ୍ଟ କଲେ ନାହିଁ ଯେ ଟିକେଟ ନିସ୍ପତ୍ତି ତାଙ୍କର ଥିଲା ନା ଆଉ କାହାର ? ଯାହା ଲାଗୁଛି ନବୀନ ପୁଣି ଘଣ୍ଟ ଘୋଡାଇବା ପାଇଁ ଅଣ୍ଟା ଭିଡିଛନ୍ତି ଓ ଅଫିସରି ଗୋଷ୍ଠୀଙ୍କ ସପକ୍ଷରେ ଛିଡା ହୋଇଛନ୍ତି । ଯଦି ନବୀନଙ୍କ କଥାକୁ ଧରିନିଆ ଯାଏ ତେବେ ନବୀନ ମାନିଲେ ଦଳ କ୍ଷମତା ଚ୍ୟୁତ ହେବା ପଛରେ ନବୀନ ହିଁ ଦାୟୀ ଅନ୍ୟ କେହି ନୁହନ୍ତି ।