(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର ): ରକ୍ତ ଦାନ ମହତ୍ ଦାନ । ଯଦି ରକ୍ତ ସହଜରେ ମିଳି ଯାଉଛି ତାହେଲେ ଆଜିବି ଏମିତି କିଛି ରକ୍ତ ବର୍ଗ ଅଛି ଯାହାକୁ ଦାନ କରିବାକୁ ଯିବାକୁ ହୁଏ ଶହ ଶହ କିଲୋମିଟର । ଏଭଳି ଏକ ମହତ୍ୱପୂର୍ଣ୍ଣ କାମ କରି ପ୍ରଶଂସାର ପାତ୍ର ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପଲାସାପାଲିର ଯୁବକ ସୈାମିତ୍ରୀ ପ୍ରଧାନ । ଗତକାଲି ଏମସ୍ ମେଡିକାଲ୍ , ଭୁବନେଶ୍ୱରର ଜଣେ ରୋଗୀକୁ ବିରଳ ରକ୍ତ ବର୍ଗ o ନେଗେଟିଭ ପ୍ଲାଟିଲେଟ୍ ଦାନ କରି ନିଜର ଘରକୁ ଫେରି ଆସିଛନ୍ତି। ରୋଗୀଙ୍କ ଘର ବୌଦ୍ଧ ର ମାନେଶ୍ୱର ଅଞ୍ଚଳର ମିନି ଦାସ , ସ୍ବାମୀ ନିରଞ୍ଜନ ଦାସ । ଡାକ୍ତର ନିରଞ୍ଜନଙ୍କ ସ୍ତ୍ରୀ ଙ୍କୁ o- ନେଗେଟିଭ ରକ୍ତ ଆବଶ୍ୟକ ଜାଣିବା ପରେ ସୁବର୍ଣ୍ଣ ପୁର ଜିଲ୍ଲାର ସୈାମିତ୍ରି ଆସିଥିଲେ । ରକ୍ତଦାତା ସୈାମିତ୍ରି ଆଗରୁ ମଧ୍ୟ ଏମିତି ଆଗରୁ ମଧ୍ୟ ବଲାଙ୍ଗୀର , ରାଉରକେଲା , ସମ୍ବଲପୁର,ବରଗଡ଼, ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତ ଦାନ କରି ଲୋକ ମାନଙ୍କୁ ସହାୟ ହୋଇ ଆସୁଛନ୍ତି । ଏପରି ଏକ ମହତ୍ କାର୍ୟ୍ ଜଣଙ୍କ ଜୀବନ ବଞ୍ଚେଇ ଥିବା ହେତୁ ସୌମିତ୍ରି ଙ୍କୁ ସାରା ଅଞ୍ଚଳ ବାସୀ ତଥା ରକ୍ତ ଦାତା ସୁବର୍ଣ୍ଣପୁର ଜିଲ୍ଲା ସଙ୍ଘ ସଭାପତି ମନୋଜ ପଣ୍ଡା ଭୂରୀୟ ପ୍ରଶଂସା କରିଛନ୍ତି।