ମଜୁରିଆମାନଙ୍କ ଦାବି ପୂରଣ ନହେଲେ ରାଜରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି  ଶ୍ରମିକ ସଂଘର କର୍ମଚାରୀ

0

ସୋନପୁର : ବାଲାଜୀ ଗଣପତି ସୂତାକଳର ୩୦୦ରୁ ଉର୍ଦ୍ଧ ହେବ ଦିନ ମଜୁରିଆମାନେ ସୋନପୁର ସ୍ଥାନୀୟ ରୋଏଲ ପଡିଆରେ ରୁଣ୍ଡହୋଇ ଏକ ବିଶାଳ ରାଲିରେ  ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦିନ ମଜୁରିଆମାନଙ୍କ ଦାବି ପୂରଣ ନହେଲେ ରାଜରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସଂଘର ଉପଦେଷ୍ଟା ବଳଦେବ ବେଦବାକ,ସଭାପତି ଯୋଗେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହ ଶ୍ରମିକ ସଂଘର କର୍ମଚାରୀମାନେ ଉପସ୍ଥିତ ଥିଲେ।