ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନଅଟି ଫିଲ୍ମରୁ ୬ ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏମ୍ଟିଭି ଇଣ୍ଡିଆରେ ଏକ ସଫଳ ଭିଡିଓ ଜକି ହେବା ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ।
(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏମ୍ଟିଭି ଇଣ୍ଡିଆରେ ଏକ ସଫଳ ଭିଡିଓ ଜକି ହେବା ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ୨୦୧୨ ମସିହାରେ ଏହି ଅଭିନେତ୍ରୀ ତେଲୁଗୁ ଚଳଚ୍ଚିତ୍ର ‘ତୁନେଗା ତୁନେଗା’ରେ ଡେବ୍ୟୁ କରିଥିଲେ। ଏହା ପରେ, ୨୦୧୩ ମସିହାରେ ସେ ବଲିଉଡ ଫିଲ୍ମ ‘ମେରେ ଡ୍ୟାଡ କେ ମାରୁତି’ରେ ଅଭିନୟ କରିଥିଲେ। ୨୦୧୪ ମସିହାରେ ସେ ଫିଲ୍ମ ‘ସୋନାଲି କେବଲ’ରେ ଅଭିନୟ କରିଥିଲେ। ୨୦୧୮ ମସିହାରେ ରିୟା ବରୁଣ ମିତ୍ରଙ୍କ ସହ ଫିଲ୍ମ ‘ଜଲେବି’ରେ ଅଭିନୟ କରିଥିଲେ। ରିୟା ପ୍ରାୟ ନଅଟି ଫିଲ୍ମ କରିଛନ୍ତି, ସେଥିମଧ୍ୟରୁ ୬ ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।
ସୂଚନାନୁଯାୟୀ , ରିୟା ଚକ୍ରବର୍ତ୍ତୀ ତେଲୁଗୁ ଚଳଚ୍ଚିତ୍ର ‘ତୁନେଗା ତୁନେଗା’ କରିଥିଲେ, ଏହାର ନିର୍ଦ୍ଦେଶନା ଦେଇଥିଲେ ଏମଏସ ରାଜୁ। ଏଥିରେ ସୁମନ୍ତ ରାଜୁ ରିୟାଙ୍କ ସହ ନଜର ଆସିଥିଲେ। ଦୁହିଁଙ୍କ ମଧ୍ୟରୁ କେହି କମାଲ ଦେଖାଇପାରିନଥିଲେ। ୟଶ ରାଜ ଚଳଚ୍ଚିତ୍ର ‘ମେରେ ଡ୍ୟାଡ କି ମାରୁତି’ରେ ରିୟା ସାକିବ ସଲିମଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ହାଲକା କମେଡି-ଡ୍ରାମା ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମାତ୍ର ୧୨ କୋଟି ରୋଜଗାର କରିଥିଲା । ପୁନର୍ବାର ରିୟା ଦର୍ଶକଙ୍କ ମଧ୍ୟରେ ବିଶେଷ କିଛି ଦେଖାଇ ପାରିନଥିଲେ।