ଗର୍ଭାବସ୍ଥାରେ ଉପକାରୀ ଯୋଗ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିକାଲି ସିଜରିଆନ୍ ଡ଼େଲିଭର ଅଧିକ ହେଉଥିବା ଜଣାପଡ଼ିଛି । ଏହାର ମୁଖଃ କାରଣ ହେଲା ମହିଳାଙ୍କ ଦୈନନ୍ଦିନ ଜୀବନଶୈଳୀ । ଖାଦ୍ୟପେୟ, ଶାଇବାରେ ଅନିୟମିତତା ଇତ୍ୟାଦି ଏହାର ମୁଖ୍ୟ କାରଣ। ଅନ୍ୟପଟେ ନର୍ମାଲ ଡ଼େଲିଭରିରେ ଗର୍ଭ ଜନିତ ଯନ୍ତ୍ରଣା ଅଧିକ ହେବାରୁ ମହିଳା ମାନେ ଡ଼ରିଯାଇ ସିଜରିଆନ୍ ଡ଼େଲିଭରିକୁ ଆପଣେଇ ନେଉଛନ୍ତି । କିନ୍ତୁ ଏହି ପରେ ମହିଳା ମାନେ ପରବର୍ତ୍ତୀ ସମୟରେ ନାନା ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। ଯଦି ନର୍ମାଲ ଡେଲିଭରି ଚାହୁଁଛନ୍ତି ତେବେ ଯୋଗର ସହାୟତା ନେଇପାରିବେ। ଯୋଗ କରିବା ଦ୍ୱାରା ଡେଲିଭରି ସମୟରେ ହେବାକୁ ଥିବା ସମସ୍ୟା ଦୂର ହୋଇପାରିବ।
ବକ୍ରାସନ : ଗୋଟିଏ ପାଦ ଲମ୍ବାଇ ରଖନ୍ତୁ। ଆଉ ଗୋଟିଏ ପାଦ ଠିକ୍‌ ଏହି ପାଦ ନିକଟରେ ରଖିଦିଅନ୍ତୁ। ଗୋଟିଏ ହାତ ପଛକୁ ରଖି ଆଉ ଗୋଟିଏ ପାଦ ଆଣ୍ଠୁ ପାଖରେ ରଖନ୍ତୁ। ଏହି ମୁଦ୍ରା ବେଶି ସମୟ ନୁହେଁ ମାତ୍ର ୨/୩ ମିନିଟ୍‌ କରନ୍ତୁ।
ମନେରଖନ୍ତୁ ଯୋଗ କରିବା ସମୟରେ ଢିଲା ପୋଷାକ ପିନ୍ଧନ୍ତୁ। ଯେଉଁଠି ଯୋଗ କରିବେ ସେଠାକାର ବାତାବରଣ ଅଧିକ ଥଣ୍ଡା କିମ୍ବା ଗରମ ହୋଇ ନ ଥିବ।