ଯୌନାଂଗକୁ ସଫା ରଖିବାର ଉପାୟ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆପଣ ଯଦି ଭାବୁଥିବେ ସାବୁନ୍, ସେମ୍ପୋ, କ୍ରିମ ଦ୍ୱାରା ଯୌନାଂଗକୁ ସଫା ରଖିବେ ତେବେ ଆପଣ ଭୁଲ୍ ଭାବୁଛନ୍ତି । ପ୍ରାକୃତିକ ଉପାୟରେ ଯୌନାଂଗ ସଫା ସୁତୁରା ରହିବ ତେଣୁ ଅଯଥା କସମେଟିକ୍ ବ୍ୟବହାର କରି ଗୁପ୍ତ ସ୍ଥାନରେ ରୋଗ ସୃଷ୍ଟି କରିବା ପାଇଁ ଉପାୟ ଅବଲମ୍ବନ କରନ୍ତୁ ନାହିଁ ।
ବାଥ୍ ରୁମ୍ ରେ ଗାଧୋଇବା ବେଳେ ସ୍ୱଚ୍ଛ, ନିର୍ମଳ ଏବଂ ପ୍ରଦୂଷଣ ମୁକ୍ତ ଜଳ ହିଁ ବ୍ୟବହାର କରନ୍ତୁ । ନଖ ଉଷୁମ ଗରମ୍ ପାଣି ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ । ଅନ୍ତବସ୍ତ୍ରକୁ ଆଚ୍ଛାଦିତ କରୁଥିବା ବସ୍ତ୍ରର କ୍ୱାଲିଟି ପରଖି ନିଅନ୍ତୁ, ଆପଣଙ୍କ ଅଙ୍ଗର ସାଇଜ ଅନୁସାରେ ବସ୍ତ୍ର କି ନାହିଁ ସେଥିପ୍ରତି ଅଧିକ ଦୃଷ୍ଟି ବି ଦିଅନ୍ତି । ପାର୍ଟନରଙ୍କ ସହ ସେକ୍ସ୍ ବେଳେ ସ୍ବଚ୍ଛତାକୁ ଅଧିକାଧ୍ୟନ ଦେଇ କଣ୍ଡୋମ୍ ବ୍ୟବହାର କରନ୍ତୁ ।
ସେକ୍ସ ସମ୍ପର୍କିତ ଆଶଙ୍କା ହେଲେ ଡକ୍ଟରଙ୍କ ସହ ଆଲୋଚନା କରନ୍ତୁ । ନାରୀମାନେ ଋତୁସ୍ରାବ, ପେଟ ରୋଗକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯୌନକ୍ରିୟା ବେଳେ ନାରୀମାନେ ସଂକ୍ରମଣରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଋତୁସ୍ରାବ ବେଳେ ସାନିଟାରୀ ନାପକିଁନ୍ ବ୍ୟବହାର କରନ୍ତୁ । କୌଣସି ସନ୍ଦେହ ହେଲେ ନାରୀରୋଗ ବିଶେଷଜ୍ଞଙ୍କୁ ଦେଖା କରନ୍ତୁ ।