(ଶୁଭସ୍ମିତା ଦାଶ/ ଭୁବନେଶ୍ୱର): ଯଦି ରାତିରେ ନିଦ ଆସିବାକୁ କଷ୍ଟ ହେଉଛି କିମ୍ବା ବିଳମ୍ବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କରାଯାଇଥିବା ଏକ ଗବେଷଣାରୁ ଗବେଷକ ଜାଣିପାରିଛନ୍ତି ଯେ, ନିଦ ହେଉ ନ ଥିଲେ ମଧୁମେହ, ମେଦବହୁଳତା ପରି ସମସ୍ୟା ଅତି ଶୀଘ୍ର ଦେଖାଦେଇଥାଏ। ବୋଷ୍ଟନ୍ର ବିମେସ ହସ୍ପିଟାଲ୍ର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଏହା ଉଲ୍ଳେଖ କରିଛନ୍ତି। ଦିନକୁ ୫ ଘଣ୍ଟାରୁ କମ୍ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ ମଧୁମେହ ଓ ମେଦବହୁଳ ଦେଖାଦେବା ନିଶ୍ଚିତ। ଏହାଦ୍ୱାରା ଏକ ବର୍ଷ ମଧ୍ୟରେ ଓଜନ ପ୍ରାୟ ୪.୫ ରୁ ୫.୫ କିଲୋଗ୍ରାମ୍ ବଢ଼ିଯିବ। ନିଦ ରକ୍ତ ଶର୍କରା ଓ ଇନସୁଲିନ୍ ସ୍ତରକୁ ପ୍ରଭାବିତ କରେ। ଏନେଇ କେତେକ ନିଦ ବିଶେଷଜ୍ଞ କୁହନ୍ତି,ଅନିଦ୍ରା ଯୋଗୁ ମେଦବହୁଳତା ଦେଖାଦେଇଥାଏ। ଗବେଷକ ୫ ହଜାର ଲୋକଙ୍କ ଉପରେ ଏଥିପାଇଁ ଛଅ ସପ୍ତାହ ଅଧ୍ୟୟନ କରିଥିଲେ। କିଛି ଲୋକଙ୍କୁ ୧୦ ଘଣ୍ଟା ଶୋଇବାକୁ କୁହାଯାଇଥିଲା। ଏହାର ୨୮ ଘଣ୍ଟା ପରେ ସେମାନଙ୍କୁ ୫ ଘଣ୍ଟା ଶୋଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ୫ ଘଣ୍ଟାରୁ କମ୍ ଶୋଉଥିବା ବ୍ୟକ୍ତିଙ୍କଠାରେ ଇନ୍ସୁଲିନ୍ ସ୍ତର ହ୍ରାସ ପାଇଥିବାର ଦେଖାଯାଇଥିଲା। ଏହି ରିପୋର୍ଟ ହେଲଥ୍ ସାଇନ୍ସ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ହୋଇଛି।