କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦିଏ ପିଜୁଳି ପତ୍ର

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଖୁବ କମ ବୟସରେ କେଶ ପାଚି ଯାଉଛି । ଏହା ସହ କେଶ ମଧ୍ୟ ଉପୁଡ଼ି ଯାଉଛି । ଏହାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର କରୁଛନ୍ତି , ଆଉ ସେପରି ଫଳ ପାଇପାରୁ ନାହାନ୍ତି । ତେବେ ପିଜୁଳି ପତ୍ରର ବ୍ୟବହାର କରି ଦେଖନ୍ତୁ । ଏହା ଆପଣଙ୍କୁ ଫାଇଦା ନିଶ୍ଚୟ ଦେବ ।
ଆପଣ ପିଜୁଳି ପତ୍ର ଆଣି ତାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହା ପରେ ଗ୍ରାଇଣ୍ଡ କରି ପାଉଡ଼ର ତିଆରି କରିିିଦିଅନ୍ତୁ । ଏହା ପରେ ପିଜୁଳି କତ୍ରର ପାଉଡ଼ର୍ରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ । ଏହାକୁ ଲଗାଇ ୧୫ରୁ ୨୦ ମିନିଟ ଯାଏ କେଶରେ ରଖନ୍ତୁ ।
ଏହା ପରେ ଆପଣ କେଶକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶର ରୁପି ସମସ୍ୟାକୁ ଦୂର କରିବ ।
ଆପଣ ଧଳା କେଶକୁ କଳା କରିବା ପାଇଁ ପାଣିରେ ପିଜୁଳି ପତ୍ର ସହ ଭୃସଙ୍ଗ ପତ୍ରକୁ ଫୁଟାଇ ଦିଅନ୍ତୁ । ଏବେ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । ତା ପରେ ସେହି ପାଣିରେ କେଶ ଧୋଇଦିଅନ୍ତୁ । ଏହା ପରେ ଆପଣ ଯେ କୌଣସି ସାମ୍ପୂରେ କେଶ ଧୋଇଦିଅନ୍ତୁ । ସପ୍ତାହ ମଧ୍ୟରେ ଆପଣ କେଶରେ ଫରକ ଦେଖିପାରିବେ ।
କେଶ ଝଡ଼ିବା ସମସ୍ୟାକୁ ରୋକିବା ପାଇଁ ଆପଣ ପିଜୁଳି ପତ୍ରର ପାଉଡ଼ର ସହ ଅଳ୍ପ ଅଁଳା ତେଲ ପକାଇ କେଶ ମୂଳରେ ହାଲୁକା ଭାବେ ମସାଜ କରନ୍ତୁ । ଏହାକୁ ଏବେ ୩୦ ମିନିଟ ପର୍ଯ୍ୟନ୍ତ କେଶରେ ଲଗାଇ ଛାଡ଼ି ଦିଅନ୍ତୁ । ଏହା ପରେ ଆପଣ ସାମ୍ପୂରେ କେଶ ଧୋଇ ଦିଅନ୍ତୁ । ଏହା କେଶ ଝଡ଼ିବା ସମସ୍ୟାକୁ ରୋକିବ ।