ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଫେଲ

0

(ଦୀପକ କୁମାର / ଯାଜପୁର ) : ଧର୍ମଶାଳା ବ୍ଲକ୍ ଗଡ଼ ମଧୁପୁର ସରକାର ଯୋଜନା ଏଠି ଫେଲ ମାରିଛି । ଏହି ଗଡ଼ ମଧୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଭର କରୁଥିବା ୫ ଟି ୭ଟି ପଞ୍ଚାୟତର ଲୋକେ । ହେଲେ ଏଠି ଡ଼ାକ୍ତର ନାହାନ୍ତି । ଏଠାକାର ଲୋକମାନେ ରାତ୍ରକାଳରେ ଦେହ ଖରାପ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ରୋଗୀଙ୍କ ଅକାଳରେ ଜୀବନ ଯାଉଛି । ଦୈନନ୍ଦିନ ୩୯ରୁ ଉର୍ଦ୍ଧ ରୋଗି ସେବା ପାଇଁ ଆସିଥାନ୍ତି ଏହି ଡ଼ାକ୍ତରଖାନାକୁ । ହେଲେ ଡ଼ାକ୍ତର ନ ଆସିବାରେ ରୋଗୀ ନିରାସ ହୋଇ ଫେରୁଛନ୍ତି । ସେହପରି ଏଠାରେ ସଡ଼କ ଦୁର୍ଘଟଣା ହେଲେ ମଧ୍ୟ କୌଣସି ସୁବିଧଶ ନାହିଁ । ନା ଅଛି ଆମ୍ବୁଲାନ୍ସ ନା ଅଛି ଡ଼ାକ୍ତର ସେବା । ହେଲେ ସରକାର ନାରା ଦେଉଛନ୍ତି କି ମୁଁ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟ ଦେଇଛି । ହେଲେ ଏହି ଅଂଚଳରେ ସରକାରଙ୍କ ଏହି କଥା ପାଣିର ଗାର ସଦୃଶ୍ୟ ହୋଇଛି । ଅନେକ ଦିନ ଧରି ଡ଼ାକ୍ତର ନିଯୁକ୍ତି ନେଇ ଦାବି ହୋଇ ଆସୁଛି । ତାହା ମଧ୍ୟ ପୂରଣ ହୋଇପାରୁ ନାହିଁ । ଆଗକୁ ଆସୁଛି ନିର୍ବାଚନ । ତେଣୁ କରି ଦେଖିବାକୁ ବାକି ରହିଲା ଯେ ଏ ସରକାର କେବେ ଏହି ଗଡ଼ମଧୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ଼ାକ୍ତର ଦେବେ ତାହା ଅପେକ୍ଷାରେ ଗାଁ ଲୋକେ ।