(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଗ୍ରୀଷ୍ମଋତୁରେ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କେଉଁ କେଉଁ ଖାଦ୍ୟ ଉପରେ ଦୃଷ୍ଟି ଦେବାକୁ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
ଟମାଟୋ: ଟମାଟୋରେ ଜଳୀୟଅଂଶ ଅଧିକ ଥାଏ। ଏହା ସହିତ ଭିଟାମିନ୍ ସି ଭରି ରହିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଅଧିକ ଫଳପ୍ରଦ।
ତରଭୁଜ : ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ସହିତ ଜରୁରୀ ପୋଷକତତ୍ତ୍ୱ ରହିଥାଏ। ଏହା ତ୍ୱଚା ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରେ। ଅନେକ ସମୟରେ ଖରାଦିନେ ରାସ୍ଥାକଡରେ ଲୋକେ ଏହାର ମଜା ନେବାକୁ ବେଶି ପସନ୍ଦ କରିଥାନ୍ତି।
କାକୁଡି: ଖରାଦିନେ କାକୁଡି ଅଧିକ ମାତ୍ରାରେ ଖାଇବା ଉଚିତ। ଏହାକୁ ସାଲାଡ୍, ଜୁସ କିମ୍ବା କଞ୍ଚା ମଧ୍ୟ ଖାଇପାରିବେ। ଏହା ଶରୀରକୁ ଆବଶ୍ୟକତା ଅନୁସାରେ ପୋଟାସିୟମ ଯୋଗାଇଥାଏ।
ଲାଉ: ଲାଉରେ ଭରପୂର ପୋଷକତତ୍ତ୍ୱ ରହିଥାଏ। ଏହାକୁ ଖରାଦିନେ ସିଝେଇ ଫୁଟେଇ ଖିଆଯାଏ, ଯାହା ଅଧିକ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ। ଏଥିରେ ଭରପୂର ପାଣିର ମାତ୍ରା ରହିଥିବାରୁ ପାଚନ କ୍ରିୟାକୁ ଗରମରୁ ମୁକ୍ତି ଦେଇଥାଏ।
ଲେମ୍ବୁପାଣି: ଗରମ ଦିନେ ଲେମ୍ବୁପାଣିର ଚାହିଦା ଅଧିକ। ଏହାକୁ ପିଇବା ଦ୍ୱାରା ଗରମରୁ ଉପଶମ ମିଳିଥାଏ।