ଭୁବନେଶ୍ୱର: ଚୀନରେ ବଢୁଛି କରୋନା । ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସତର୍କ ରହିଛନ୍ତି । ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ୨ ବର୍ଷ ଧରି ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିଲା କରୋନା । ଉଭୟ ସରକାର ମଧ୍ୟ ଜନସାଧରଣଙ୍କ ହିତ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ତେବେ ପୁଣି ମହାମାରୀ କରୋନା ଲୋକଙ୍କୁ ଭୟଭୀତ କଲାଣି । ହେଲେ ଏହା ପୂର୍ବରୁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ । ତେବେ ରାଜ୍ୟରେ କୋଭିଡ ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରସ୍ତୁତି । କୋଭିଡ ଟେଷ୍ଟିଙ୍ଗରେ ଓଡିଶା ଆଗରେ । ଓଡ଼ିଶାର ତିନୋଟି ଜାଗାରେ ହେବ ଜିନମ ସିକେସିଂ,ଆଇଏଲଏସ ଭୁବନେଶ୍ୱର,ଏସସିବି ଓ ଆରଆଇଏମସି ରେ ହେବ ଜିନମ ସିକେସିଂ ପରୀକ୍ଷା । ସବୁ ମେଡିକାଲ କଲେଜ ଓ ହସ୍ପିଟାଲ କୁ ୧୫ ଟି ଅକ୍ସଇଜେନ ବେଡ଼ ଓ ୫ ଟି ଆଇସିୟୁ ପ୍ରସ୍ତୁତ ରହିବାକୁ କୁହାଯାଇଛି…କୋଭିଡ ମୁକାବିଲା ପାଇଁ ପାଇଁ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ, କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ନଜର ରଖିଛନ୍ତି । ହକି ବିଶ୍ୱକପ ଥିବାରୁ ସଂକ୍ରମଣ ନ ବ୍ୟାପିବା ପାଇଁ ସରକାର ସତର୍କ । ସୁନ୍ଦରଗଡ଼, ରାଉଲକେଲା ଓ ଝାରସୁଗୁଡା ଏହି ତିନୋଟି ସହର ରେ ସ୍ୱାସ୍ଥ୍ୟ ବିଭାଗ ର ଟିମ ରହି କୋଭିଡ ଉପରେ ତୀକ୍ଷ୍ଣ ନଜର ରଖିବେ ଏଥିସହ କଟକ ଓ ଭୁବନେଶ୍ୱର ରେ ମଧ୍ୟ ଟିମ ରହିବେ । ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ । ଥଣ୍ଡା ଛିଙ୍କ ହେଲେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଭ୍ୟାକସିନ ପାଇଁ କେନ୍ଦକୁ ଚିଠି ଲେଖିବେ ସ୍ୱାସ୍ଥ୍ୟ ମନ୍ତ୍ରୀ । କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରତିଷେଧକ ନେବାରେ ଓଡିଶା ଆଗୁଆ । ସର୍ଭେଲାନ୍ସ ଓ ଜିନୋମ୍ ଟେଷ୍ଟିଙ୍ଗ ପାଇଁ ସବୁ ପ୍ରସ୍ତୁତ । ହକି ପାଇଁ ଗ୍ରାଉଣ୍ଡ ପାଖରେ ସ୍ୱାସ୍ଥ୍ୟ ବିଭାଗ ର ଟିମ ରହିବେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।