ଭୁବନେଶ୍ୱର: ୩୦ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯେଉଁଥିଲେ ମେଡିକାଲ ରିକୃଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି ।
ଖୁବ ଶୀଘ୍ର ୫୦୦୦ ଡାକ୍ତର, ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ୨୦୧୪ ମସିହା ପରେ ଯେତେ ସବୁ ୧୦୦ ବେଡ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଗୃହରେ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।