ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା କାଣ୍ଡ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ଆଉ ଦେଲେ ବହୁ ଗୁରୁତ୍ୱପୂର୍ଣ ମନ୍ତବ୍ୟ | ହତ୍ୟା କାଣ୍ଡର ଦୁଇ ଦିନ ପୂର୍ବରୁ ଗୋପଳ ଦାସ କେଉଁ କେଉଁ ସ୍ଥାନକୁ ଯାଇଥିଲେ, କାହାକୁ ଭେଟିଥିଲେ | ଦୁଇଦିନ ପୂର୍ବରୁ କେଉଁଠି କାହାସହ ହେଉଥିଲା ଭେଟଘାଟ, କିଛି ନେତା ଏବଂ ଅବସରପ୍ରାପ୍ତ ଅଫିସରଙ୍କ ସହ ବସା ଉଠା ହୋଇଥିବା ନେଇ ତଦନ୍ତ ହେବାର ଆବଶ୍ୟକତା ଅଛି | ଏଥିସହ ନବ ଦାସଙ୍କ କଲ ରେକର୍ଡ, ହତ୍ୟାକାରୀ ଗୋପାଳ ସାହୁ କଲ ରେକର୍ଡ ଯାଞ୍ଚ କରାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ନେତା ବିଜୟ ମହାପାତ୍ର |
କେବଳ ସେତିକି ନୁହେଁ ଏସଆଇଟି ଗଠନ ହୋଇ ଜଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି କରିଛନ୍ତି ବିଜୟ | ଏଭଳି ଘଟଣା ଭାରତରେ ବି ହୋଇନଥିବ | ଇତିହାସରେ ପ୍ରଥମ ଥର ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା | ହେଲେ ଏପର୍ଯ୍ୟନ୍ତ ତଦନ୍ତ, ରହସ୍ୟ ଏବଂ ଷଡଯନ୍ତ୍ର ଲୋକ ଲୋଚନକୁ ଆସିପାରିନାହିଁ ଅର୍ଥାତ ତଦନ୍ତର ବିଫଳତା ଦେଖାଯାଉଛି ବୋଲି ନିଜ ପ୍ରତିକ୍ରିୟାରେ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର |
କ୍ରାଇମବ୍ରାଞ୍ଚ କହିଲା ଆସମୀ ଧରାଯାଇଛି,ଏହା କ୍ଲିୟର କେସ | ଏହା ହତ୍ୟା ନା ଷଡଯନ୍ତ୍ର ନା ଆଉ କଣ , କ୍ଳିଅର କଲେ ନାହିଁ, କେବଳ ଆସାମୀକୁ ଧରି କେସ କ୍ଲୋଜ କରିବାକୁ ଚକ୍ରାନ୍ତ ହେଉଛି ବୋଲି କହିଛନ୍ତି |ପୋଲିସ ଉପସ୍ଥିତିରେ ପୋଲିସ ଜଣେ ମନ୍ତ୍ରୀଙ୍କୁ ହତ୍ୟା କଲେ ସେଠି ହେଲେ ସେମାନେ କଣ କରୁଥିଲେ | ସେମାନଙ୍କ ଉପସ୍ଥିତରେ କେମିତି ଘଟଣା ଘଟିଲା ଏମିତି ତମାମ ପ୍ରଶ୍ନ ସହ ଡିଜିଙ୍କ ରୋଲ କଣ ? ଏପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଗଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ |