(ସତ୍ୟଜିତ): ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱର ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଏହାର ପ୍ରଭାବ ଭାରତ ବର୍ଷରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ମହାମାରୀ କବଳରୁ ଲୋକ ମାନଙ୍କୁ ରକ୍ଷା କରିବା ନିମନ୍ତେ ବହୁ ଉଦ୍ୟମ ପରେ ଗତ ୧୬ ତାରିଖ ଠାରୁ ସାରା ଦେଶରେ ଟୀକା କରଣ କାର୍ୟ୍ୟ ଆରମ୍ଭ ହୋଇଛି । ମାତ୍ର ଏହି ଟୀକାକରଣ କାର୍ୟ୍ୟ କ୍ରମଃଶ ଓଡିଶାରେ କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ କର୍ମୀ ମାନେ ନିଜର ହକ ପାଇଁ ଦାବି କରିବା ସହ ନିଜେ ଟୀକା ନନେଇ ଟୀକାକରଣ କାର୍ୟ୍ୟରେ ସହଯୋଗ କରିବେ ବୋଲି ନିଷ୍ପତି ନେଇଥିଲେ। କିନ୍ତୁ ସରକାରଙ୍କ ନିଷ୍ପତି ଅନୁଯାୟୀ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହି ନିଷ୍ପତିକୁ ସ୍ବାସ୍ଥ୍ୟ କର୍ମୀ ମାନେ ସ୍ବାଗତ କରିବା ସହ ନିଜେ ଏଥିରୁ ନିବୃତ ରହିବା ସହ ଟୀକା କରଣରେ ସମସ୍ତ ସହଯୋଗ କରିବାକୁ ନିଷ୍ପତି ନେଇଛନ୍ତି। ଆଜି ଏହି ମର୍ମରେ ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମିଳିତ ଉଦ୍ୟମରେ ସରକାରଙ୍କ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦ ପରିବର୍ତ୍ତନ ଓ ପଦୋନ୍ନତି କରିବା କ୍ଷେତ୍ରରେ ସରକାର ପଦକ୍ଷେପ ନ ନେଲେ କଳା ବ୍ୟାଚ ପିନ୍ଧି ସରକାରି କାର୍ୟ୍ୟ କରିବା ସହ ଟୀକା ନ ନେଇ ଟୀକା କରଣରେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଓଡିଶା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସଙ୍ଘର ଡାକରାକୁ ସମ୍ମାନ ଜଣାଇ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଏସକେ ସବୀର ହୁସେନଙ୍କ ଜରିଆରେ ଏକ ଦାବି ପତ୍ର ଜିଲା ମୁଖ୍ୟ ଚିକିସ୍ତା ଅଧିକାରୀଙ୍କ ନିକଟକୁ ଦିଆଯାଇଛି । ଏହି ବର୍ଜନ କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ ଦୋଳଗୋବିନ୍ଦ ପଣ୍ଡା, ମନୋରଞ୍ଜନ ପୋଥାଳ, ପ୍ରିୟରଞ୍ଜନ ସାହୂ, ରମାକାନ୍ତ ବାରିକ , ଭିକାରୀ ଜେନା, ସୁଚିତ୍ରା ବେହେରାଙ୍କ ସମେତ ବହୁ ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରିଥିବା ଜଣାପଡ଼ିଛି ।