(ଶୁଭସ୍କିତା ଦାଶ): ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଯକୃତ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ । ଖରାପ ଖାଦ୍ୟପେୟ ଆଲକୋହଲ ଓ ଅନିୟମିତତା ଜୀବନଶୈଳୀ ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇଯାଏ । ବିଷାକ୍ତ ପଦାର୍ଥ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାସହ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ । ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ପ୍ରକାରର ଔଷଧ ଖାଇବାକୁ ପଡ଼ିଥାଏ । କିନ୍ତୁ ଓଷଧ ନ ଖାଇ କିଛି ଘରୋଇ ଉପାୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ମହୁ , ଲେମ୍ବୁ ଓ ଗରମ ପାଣି : ଶରୀରରୁ ସବୁ ଖରାପ ଟକ୍ସିନ୍ସ ବାହାର କରିବା ପାଇଁ ସକାଳ ସମୟରେ ମହୁ ଓ ଲେମ୍ବୁ ସହ ଗରମ ପାଣି ନିଅନ୍ତୁ । ଏହା ଶରୀରରେ ଏସିଡ଼ଟି ସମସ୍ୟାକୁ ସନ୍ତୁଳନ କରି ରଖିଥାଏ । ଗୋଟିଏ ଗ୍ଲାସ ଗରମ ପାଣିରେ ଏକ ଚାମଚ ମହୁ ଓ ଫାଳେ ଲେମ୍ବୁ ଚିପୁଡ଼ି ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏପରି ପ୍ରତିଦିନ ସକାଳେ କରି ପିଅନ୍ତୁ ।
ଗ୍ରୀନ – ଟି: ଗ୍ରୀନ- ଟିରେ ଆଣ୍ଟି- ଅକ୍ସିଡ଼େଣ୍ଟ ଭରପୂର ମାତ୍ରାରେ ରହିଛି । ଏହା ଶରୀରରୁ ଖରାପ ଟକ୍ସିନ୍ସ ବାହାର କରିବାରେ ସହାୟକ ହୋଇଥାଏ । ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ ।
ଅଦା – ଏହା ମେଟାବୋଲିଜିମକୁ ସୁସ୍ଥ ରଖିଥାଏ । ଏହା ଯକୃତକୁ ସୁସ୍ଥ କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ ଅଦାକୁ ସାମିଲ କରନ୍ତୁ ।
ଋସୁଣ: ରସୁଣରେ ଆଣ୍ଟି- ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି । ଏହ ଶରୀର ପାଇଁ ଅନେକ ଲାଭଦାୟକ ଅଟେ । ରସୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିୟଲ ଆଣ୍ଟି ଫଙ୍ଗଲ ଓ ଆଣ୍ଟି -ଅକ୍ସିଡ଼ାଣ୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ହୋଇଥାଏ ।
ଘିକୁଆଁରୀ ଜୁସ: ଘିକୁଆଁରୀ ଜୁସରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି । ଏହା ଶରୀରରୁ ବିଷାକ୍ତ ପଦାଥଁ ବାହାର କରିବାରେ ସହାୟକ ହୋଇଥାଏ ।