(ଶୁଭସ୍ମିତା ଦାଶ): ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରା ରଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି। ଏହା ସମସ୍ତଙ୍କର ପସନ୍ଦ। ଖାସ କରି ଖିଅଙ୍କ କ୍ଷେତ୍ରରେ ସୁନ୍ଦରୀ ଦେଖାଯିବାର ମନୋବୃତ୍ତି ଅଧକି ଥାଏ । ସର୍ବଦା କିପରି ନିଜ ଚେହେରାକୁ ଅଧିକରୁ ଅଧିକ ଗୋରାପଣ ଓ ଚିକ୍କଣ ରଖିବେ ସେ ନେଇ ସର୍ବଦା ଚିନ୍ତିତ ରୁହନ୍ତି । ପାର୍ଲର ଯାଇ ଫେସିଆଲ ସମେତ ଆହୁରି ଅନେକ କିଛି ଉପଚାର କରାଇଥାନ୍ତି । ମାତ୍ର ଏଥିପାଇଁ ଆପଣଙ୍କୁ ଅଧିକ ସମୟ ଦେବାକୁ ପଡ଼ିବ । ଯାହାକି ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମ୍ଭବ ନୁହେଁ । ଅନେକ ଏମିତି ଝିଅ ଅଛନ୍ତି ଯେଉଁମାନେ ସମୟ ଅଭାବରୁ ତ୍ୱଚାକୁ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଯାହା ଦ୍ୱାରା ସେମାନଙ୍କ ତ୍ୱଚା ଫିକା ପଡିଯାଏ। ଆଉ ଏହାକୁ ନେଇ ଅନେକ ଚିନ୍ତିତ ଥାଆନ୍ତି। ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିଛି ଘରୋଇ ଉପାୟ ଆପଣାଇ ତ୍ୱଚାର ଯତ୍ନ ନେଇପାରିବେ। ଆସନ୍ତୁ ସେହି ବିଷୟରେ ଜାଣିବା –
୧- ଯହି ଆପଣଙ୍କ ଚେହେରାରେ କୁଞ୍ଚନ ପଡିଯାଇଛି, ଆପଣ ଏଥିପାଇଁ କଦଳୀ ବ୍ୟବହାର କରିପାରିବେ। କଦଳୀ ଚେହେରାରୁ କୁଞ୍ଚନ ଦୂର କରିବାରେ ସାହାଯ୍ୟ କରିଥାଏ। ପାଚିଲା କଦଳୀକୁ ଚେହେରାରେ ଲଗାଇ ଅଧା ଘଂଟା ପରେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ରୂପେ ଆପଣ କଦଳୀକୁ ଚେହେରା ପାଇଁ ବ୍ୟବହାର କଲେ ଜାଣିପାରିବେ କଦଳୀ କେତେ ଦରକାରୀ।
୨-କଞ୍ଚା କ୍ଷୀର ତ୍ୱଚା ପାଇଁ ବହୁତ ଭଲ। ଦୁଇ ଚାମଚ କଞ୍ଚା କ୍ଷୀର ନେଇ ମୁହଁରେ ଲଗାନ୍ତୁ। କ୍ଷୀର ଶୁଖିଗଲା ପରେ ଖାଇବା ଲୁଣ ନେଇ ମୁହଁରେ ଧୀରେ ଧୀରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ମୃତ ତ୍ୱଚା ବାହରି ଯାଏ ଓ ଚେହେରା ସୁନ୍ଦର ଦେଖାଯାଏ।
୩-ବେସନ, ହଳଦୀ ,ଲେମ୍ବୁ, ଦହି ଓ ଗୋଲାପ ଜଳ ମିଶାଇ ଲେପ ତିଆରି କରି ଚେହେରାରେ ଲଗାନ୍ତୁ। ଏହି ଲେପକୁ ସପ୍ତାହରେ ଅତି କମରେ ଥରେ ଲଗାନ୍ତୁ ।
୪-ଲିମ୍ବ ତ୍ୱଚାକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ। ଲିମ୍ବକୁ ଚେହେରାରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ।
୫- ଚେହେରାରେ ଯଦି ଚମକ ଆଣିବାକୁ ଚାହୁଁଛନ୍ତି ତ ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହା କଲେ ଚେହେରାରେ ଚମକ ଆସିଥାଏ । ଚେହେରା ଖୁବ୍ ଆକର୍ଷଣୀୟ ଲାଗିବ।