(ଗୋପ ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ୟ୍ୟାଳୟ ପରିସରରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଅଭିଯୋଗ ଶୁଣାଣି ଶିବିରରେ ଇନ୍ଦିରା ଅବାସ ,ଅଙ୍ଗନବାଡି ଗୃହ ,ନିର୍ମାଣ ଶ୍ରମିକ ଗୃହ ,ଲେବର କାର୍ଡ ,ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସମସ୍ୟା,ଭର୍ତ୍ତା ସମସ୍ୟା ନେଇ ଅଭିଯୋଗ ଅସିଥିଲା । ଏହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପାଇଁ ବିଧାୟକ ବିଭାଗ ଅଧିକାରି ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ୮ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରି ରିପୋର୍ଟ ଦାଖଲ କରିବାକୁ ବିଧାୟକ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଲୋକଙ୍କ ପ୍ରତି ଅବହେଳାକୁ ପ୍ରଦର୍ଶନକୁ ଆଦୌ ବରଦାସ୍ତ କରାଯିବନି ବୋଲି ବିଧାୟକ କହିଛନ୍ତି । ଅଭିଯୋଗ ଶୁଣାଣିରେ ୧୭ଟି ଅଭିଯୋଗ ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ ,ବିଡିଓ କ୍ଷିରୋଦ୍ର ପ୍ରଧାନ,ସିଡିପିଓ କାମିନି ପ୍ରଭା ସ୍ୱାଇଁ ,ମହିଳା ମିଶନ ଶକ୍ତି ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ସମେତ ବିଭିନ୍ନ ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ ।