(ସର୍ବେଶ୍ୱର ପାତ୍ର, କାମାକ୍ଷାନଗର ) : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅଭିଯୋଗ ଶୁଶାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ସରକାରଙ୍କର ଗୃହ ନିର୍ମାଣ ଯୋଜନା, ଜମି ବାଡ଼ି ସଂକ୍ରାନ୍ତିୟ ବିଭିନ୍ନ ସମସ୍ୟା ଶୁଣିଥିବା ସହ ୬ ଜଣ ବ୍ୟକ୍ତିଙ୍କୁ ରେଡ଼ କ୍ରସ ପାଣ୍ଠିରୁ ୨ ହଜାର ଲେଖାଏ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୫ ହଜାର ଓ ଜଣେ ଶାରୀରିକ ଅକ୍ଷମଙ୍କୁ ହୁଇଲ ଚେଇୟାର ପ୍ରଦାନ କରିଥିଲେ । ଏଥିରେ ସମୁଦାୟ ୯୯ଟି ଅଭିଯୋଗ ଆସିଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ହରେକୃଷ୍ଣ ବେହେରା, ଜିଲ୍ଲା ଗ୍ରାମ୍ୟ ଉନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଉପଜିଲ୍ଲାପାଳ ଇଂ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସୁଧାଂଶୁ ମହାନ୍ତି, ଉପଖଣ୍ଡ ଲୋକ ସୂଚନା ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ କୁମାର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟା ନନ୍ଦ ସାହୁ, ଜିଲ୍ଲା ପଂଚାୟତ ଅଧିକାରୀ ବିରେନ୍ଦ୍ର ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ରେଞ୍ଜର ବିଭୂଦାନନ୍ଦ ମିଶ୍ର, ଫରେଷ୍ଟର ରମେଶ ଚନ୍ଦ୍ର ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଅଭିଷେକ ଓଝା, ପୂର୍ତ୍ତ ଓ ଗୃହ ନିର୍ମାଣ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ, ଜିଲ୍ଲା ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସହକାରୀ କୃଷି ଅଧିକାରୀ ସନ୍ତୋଷ କୁମାର ତରାଇ, ପିଜିସିଏଲର ସୀତାନସୁ ଶେଖର ଦାସ ଓ ଶଶାଙ୍କ ଶେଖର ମିଶ୍ର କର୍ମଚାରୀ ଲଲାଟ କେଶରୀ ଦଳେଇଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।