ମାନହାନୀ ମାମଲାରେ ରାହୁଲଙ୍କ ବିରୋଧରେ ଶୁଣାଣୀ ଚାଲିଛି

0

(ଶିଳାସ୍ମିତା ରାୟ)ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ସହ ଜଡିତ ଏକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ଶୁଣାଣୀ ଜାରି ରହିଛି । ଜଣେ ଆରଏସଏସ କର୍ମକର୍ତ୍ତା ସଂଘର ମାନହାନୀ ମାମଲା ଦାୟର କହିଥିଲେ । ଏଥିରେ ଅଭିଯୋଗକାରୀ ଦର୍ଶାଇଛନ୍ତି, ରାହୁଲ ଗାନ୍ଧୀ ପତ୍ରକାର ଗୌରୀ ଲଙ୍କେଶଙ୍କ ହତ୍ୟାକୁ ବିଜେପି ଓ ଆରଏସଏସ ବିଚାର ଧାରା ସହ ଯୋଡିଥିଲେ ।
୨୦୧୭ ସେପ୍ଟେମ୍ବରରେ ଗୌରୀ ଲଙ୍କେଶଙ୍କ ହତ୍ୟା କରାଯାଇଥିଲା । ଶୁଣାଣୀ ବେଳେ ରାହୁଲଙ୍କ ନେତୃତ୍ୱରେ ଦଳର ନେତା କୃପାଶଙ୍କର ସିଂହ, ବାବା ସିଦ୍ଦିକି, ମିଲିନ୍ଦ ଦେବଡା, ସଞ୍ଜୟ ନିରୁପମ ଅଦାଲତ ଭିତରେ ଉପସ୍ଥିତ ଅଛନ୍ତି । ମୁମ୍ବାଇ ଏୟାରପୋର୍ଟ ବାହାରେ କଂଗ୍ରେସର ବହୁ କର୍ମକର୍ତ୍ତା ଏକାଠି ହୋଇ ନାରା ଦେଉଛନ୍ତି, ରାହୁଲ ତମେ ସଂଘର୍ଷ କର ଆମେ ତୁମ ସହ ଅଛୁ ।
ଅଭିଯୋଗକାରୀ, ଧ୍ରୁ୍ରତିମନ ଯୋଶୀ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସିପିଏମ ନେତା ସୀତାରାମ ୟଚୁରୀଙ୍କ ବିରୋଧରେ ମଧ୍ୟ ମମଲା ଦାୟର କରିଥିଲେ, ଯାହା କୋର୍ଟ ଖାରିଜ କରିଦେଇଛନ୍ତି । ଯୋଶୀ ତାଙ୍କ ଯାଚିକରେ ଉଲ୍ଲେଖ କରିଛନ୍ତି, ଲଙ୍କେଶଙ୍କ ହତ୍ୟାର ୨୪ ଘଣ୍ଟା ପରେ ରାହୁଲ ଗାନ୍ଧୀ ହତ୍ୟା ପାଇଁ ଆରଏସଏସ ଓ ତାର ବିଚାରଧାରାକୁ ଦାୟୀ କରିଥିଲେ । ସୂଚନା ରହିଛି, ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗାମୀ ସପ୍ତାହରେ ଅନେକ ଗୁଡିଏ କେଶର ଶୁଣାଣୀ ରହିଛି । ତେଣୁ ରାହୁଲ ତାଙ୍କ ଆମେରିକା ଗସ୍ତକୁ ରଦ୍ଦ କରିଦେଇଛନ୍ତି ।