କଟକ : କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏସସିବି ମେଡ଼ିକାଲରେ ୩ ମାସ ମଧ୍ୟରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ ଟିମ ଦ୍ୱାରା ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ ଏବଂ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି ।