ଆସନ୍ତା ୯ ତରିଖ ଠାରୁ ରାଜ୍ୟରେ ପୁଣି ବଢିବ ତାତି

0

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିଲା କାଳବୈଶାଖୀଜନିତ ବର୍ଷା । କିନ୍ତୁ ଏଥର ପୁଣି ଜାଳିବ ଓଡିଶା । ଆସନ୍ତା ୯ ତରିଖ ଠାରୁ ରାଜ୍ୟରେ ପୁଣି ବଢିବ ତାତି । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢ଼ିବା ସମ୍ଭାବନା ରହିଛି । ୮ରୁ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୯ରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ହୋଇପାରେ । ୯ରୁ ୧୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀ ଡ. ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବ । ୯ ଓ ୧୦ ତାରିଖରେ ବି ଏହି ସବୁ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ । ୯ ତାରିଖରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ହେବ । ୧୧ ଓ ୧୨ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।