ଅସହ୍ୟ ହେଲାଣି ତାତି
ରାଜ୍ୟକୁ ଫେରିଛି ପୁଣି ଗ୍ରୀଷ୍ମପ୍ରଭାବ ପୁଣି ଅସହ୍ୟ ହେଲାଣି ତାତି ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା
ଭୁବନେଶ୍ବର:ରାଜ୍ୟକୁ ଫେରିଛି ପୁଣି ଗ୍ରୀଷ୍ମପ୍ରଭାବ ।ପୁଣି ଅସହ୍ୟ ହେଲାଣି ତାତି । ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି । ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୭୯ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀରେ ପୂର୍ବାହ୍ନ ୮ଟା ପରେ ଓ ଅପରାହ୍ନ ୩ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୭୯ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ରାଜଧାନୀରେ ପୂର୍ବାହ୍ନ ୮ଟା ପରେ ଓ ଅପରାହ୍ନ ୩ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଗତକାଲି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬, ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧ ଓ ବଲାଙ୍ଗୀରରେ ୪୦.୫ ଡ୍ରିଗୀ ତାପମାତ୍ରା ରେକର୍ଡ ହୋଇଥିଲା ସେହିପରି ଆସନ୍ତା ୨ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଆସନ୍ତା ୪ରୁ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଗରମ ପାଗ ଜାରି ରହିବ ।