ତାଣ୍ଡବ ରଚିଲା କାଳବୈଶାଖୀ

0

(ପାଲଲହଡ଼ା / ଖଗେଶ୍ୱର ପିଙ୍ଗୁଆ ) : ଗତ କାଲି ସଂନ୍ଧ୍ୟା ୫ ଟାରୁ ରାତି ୮ ମଧ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା । ପାଲଲହଡ଼ା ବ୍ଲକ ଖମାର ଅଂଚଳରେ କିଛି ସମୟ ପାଇଁ ତାଣ୍ଡବ ରଚି ଥିଲା କାଳବୈଶାଖୀ । ୧୦୦ରୁ ୨୦୦ କିଲୋମିଟର ବେଗରେ ପବନ ବୋହିଥିଲା । ଯାହା କି ସ୍ଥାନୀୟ ଅଂଚଳରେ ବାତ୍ୟା ଫନିର ଭ୍ରମ ସୃଷ୍ଟି କରିଥିଲା । ଏହି ଝଡ଼ ତୋଫାନ ବା କାଳ ବୈଶାଖୀ ପ୍ରଭାବରେ ଖମାରଓଡ଼ଶ , ନୂଆ ଗାଁ, ଜେନାପଡ଼ା , ନୂଆପଡ଼ା ସମେତ ଆଖପାଖ ଗାଁ ଗୁଡ଼ିକ ବହୁ ପରିମାଣରେୂ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ୫୦୦ ସହ ପରିବାର ବିସ୍ଥାପିତ ହୋଇଛନ୍ତି ।
ପ୍ରଥମ ଥର ପାଇଁ ଖମାର ଅଂଚଳବାସୀ ଏହି ପରି କାଳବୈଶାଖୀ ର ସମ୍ମୁଖୀନ ହୋଇଥିଲେ । ଯାହାକି ଖମାର ଅଂଚଳ ପାଇଁ ମୁଣ୍ଡବିଧାର କାରଣ ହୋଇଛି । ଯାହାକି ଖମାର ବିଦ୍ୟୁତ ବିଭାଗ ପାଇଁ ବଡ଼ ଝଟକା । ଝଡ଼ ତୋଫାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନ ହେବାର ସମ୍ଭବନା ଅଛି । ଏଥି ସହ ପ୍ରଶାସନ ବିଭାଗ ତରଫରୁ ଲୋକଙ୍କର ପରିସ୍ଥିତିକୁ ସୁଧ।।ରିବାକୁ ସ୍ଥାନୀୟ ତହସିଲଦାର ନିଜର ଟିମ୍ ବା ଆଂଚଳିକ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କର ଆବେଦନ ଗ୍ରହଣ କରିବା ସହ ନଗଦ ଜରୀ ପାଲର ବ୍ୟବସ୍ଥା କରୁଛନ୍ତି ବୋଲି ତହସିଲଦାର ସୁମନ୍ତ କୁମାର ମିଜ୍ କହିଛନ୍ତି ।