ପୁରୀ:ଶେଷ ହେଲା ଚତୁର୍ଦ୍ଧାମୂର୍ତ୍ତିର ପହଣ୍ଡି ଯାତ୍ରା ।ରଥରୁଢ଼ ହୋଇଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ।ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ହୋଇଛନ୍ତି ଏକତ୍ରିତ । ପୁରୀରେ ହେଛଉି ଅସହ୍ୟ ଗୁଳଗୁଳି । ଅସହ୍ୟ ଗୁଳୁଗୁଳିକୁ ଖାତିର ନକରି କାଳିଆର ରଥ ଟାଣିବାକୁ ଅନେଇ ବସିଛନ୍ତି ଭକ୍ତ ।
ପୁରୀର ତାପମାତ୍ରା ୩୫ ଡିଗ୍ରୀ ରହିଛି ।ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ସହ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୁତି ହେଉଛି । ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରଯାଇଛି ।