୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ

0

ରିପାର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ରାଜ୍ୟରେ କିଛି ଦିନ ହେବ ବର୍ଷା ପାଣି ପାଗ ଲାଗି ରହିଛି । ବହୁତ ସ୍ଥାନରେ ବର୍ଷା ଲାଗି ରହିଛି । ଝାଡଖଣ୍ଡରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରବାହରେ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ଆଂଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି । ଜିଲ୍ଲାଗୁଡିକ ହେଉନ୍ତି କେନ୍ଦୁଝର, ମୟୁରଭଂଜ, ସୁନ୍ଦରଗଡ, ନବରଙ୍ଗପୁର ଓ ନୂଆପଡା । ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ପ୍ରବଳ ବର୍ଷା ସହ ଘଡଘଡି ବଜ୍ରପାତର ସମ୍ଭାବନ ଅଛି । ସମସ୍ତେ ସତର୍କ ରହିବା ସହ ସୁରକ୍ଷିତ ରହିବାକୁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି । ଏହାସହ ଅନ୍ୟ ପାଖାପାଖି ଜିଲ୍ଲା ଗୁଡିକରେ ସାମାନ୍ୟ ଧରଣର ବର୍ଷା ହୋଇପାରେ ।