କେଉଁଠି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି ତ କେଉଁଠି ବୁଡୁଛି ଏୟାରପୋର୍ଟ

0

ଚେନ୍ନାଇ : ବାତ୍ୟା ପ୍ରଭାବରେ ତାମିଳନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷାରେ ବେହାଲ ହେଇଛି ଚେନ୍ନାଇର । ମୂଷଳଧାରରେ ବର୍ଷା ଯେଗୁଁ ଚାରିଆଡେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତା ଲହଡି ଭାଙ୍ଗୁଛି ବର୍ଷା ପାଣି ପାଣି ତ କେଉଁଠି ବୁଡୁଛି ଏୟାରପୋର୍ଟ । କିଛି ସ୍ଥାନରେ ଗାଡି ମଟର ବୁଡି ଯାଇଛି । ଚେନ୍ନାଇରେ ହାଲ ବେହାଲ୍ କରିଛି ବର୍ଷା ଓ ପନବ । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ।

ବର୍ଷା ପବନକୁ ଦୃଷ୍ଟିରେ ଚେନ୍ନାଇ ଏୟାରପୋର୍ଟକୁ ରାତି ସାଢ଼େ ଏଗାରଟା ଯାଏ ବନ୍ଦ ରଖାଯାଇଛି । ବହୁ ବିମାନ ଚଳାଚଳ ବାତିଲ ହୋଇଛି । ଗତକାଲି ରାତିରୁ ଅହରହ ବର୍ଷା ହେଉଛି । ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗାପାଲୁଟ ଜିଲ୍ଲାରେ ବି ବିତ୍ପାତ ଆଣିଛି ବର୍ଷା । ପାଣିପାଗ ବିଭାଗ ଆଜି ପାଇଁ ତାମିଲାନାଡୁ ଓ ପୁଡୁଚେରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଫଳରେ ଆଗକୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ।