ମୁମ୍ବାଇ: ପ୍ରବଳ ବର୍ଷା ପାଇଁ ୧୦ ଫ୍ଲାଇଟ ରଦ୍ଦ, ସ୍କୁଲ ବନ୍ଦ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜୀବନ ଯାତ୍ରା ଏକପ୍ରକାର ଠପ ହୋଇ ଯାଇଛି । ରାସ୍ତା ଜଳ ଘେରରେ ରହିଥିବାରୁ ଯାତାୟାତରେ ସମସ୍ୟା ଦେଖା ଦେଇଛି । ପାଣିପାଗ ବିଭାଗ ଅନୁସାରେ , ଶନିବାର ଓ ରବିବାର ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଥିନେଇ କେତେକ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି ।
ମହାରାଷ୍ଟ୍ରର ପାଳଘରରେ ରାସ୍ତା ପାଣିରେ ଭରି ରହିଛି ଓ ଘର ସବୁ ପାଣି ଘେରରେ ରହିଛି । ଦୁଇ ଦିନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଶନିବାର ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସେହିପରି ଠାଣେର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଏୟାର ପୋର୍ଟର ୧୦ଟି ଫ୍ଲାଇଟକୁ ରଦ୍ଦ କରାଯାଇଛି । ଅନେ୍ଧରିରେ ଜଳ ବନ୍ଦୀ ରହିଥିବାରୁ ସେଠାର ସବୱେକୁ ବନ୍ଦ ରଖାଯାଇଛି ।
ସୂଚନାଯୋଗ୍ୟ, ମୁମ୍ବାଇ, ଦିଲ୍ଲୀ ଏନସିଆର ସମେତ ଦେଶର କେତେକ ରାଜ୍ୟରେ ଭାରି ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ବିଭାଗ ମହାରାଷ୍ଟ୍ର, କୋକଣ ଓ ଗୋଆରେ ରେଡ ଆଲର୍ଟ ଜାରି କରିଛି । ଏହାବ୍ୟତୀତ ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ଓଡିଶାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି ।