ରାଜ୍ୟରେ ପ୍ରବଳ ବର୍ଷା;୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ପ୍ରବଳ ବର୍ଷା । ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ନେଇ ରେଡ୍ ଆଲର୍ଟ । ଓଡିଶା,ପଶ୍ଚିମବଙ୍ଗ, ଝାଡଖଣ୍ଡକୁ ରେଡ୍ ଆଲର୍ଟ । ଆସାମ ଓ ମେଘାଳୟକୁ ବି ରେଡ୍ ଆଲର୍ଟ ଜାରି । ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଲର୍ଟ । ଆଜି ପାଇଁ ମୟୂରଭଞ୍ଜ, ଯାଜପୁର ,କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ,ସୁନ୍ଦରଗଡ, ସମ୍ବଲପୁରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ସହ ବଜ୍ରପାତ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସାରା ଓଡିଶା ବର୍ଷା ଲାଗି ରହିଛି । ମୟୂରଭଞ୍ଜ, ଯାଜପୁର,କେନ୍ଦୁଝର ,ଭଦ୍ରକ, ବାଲେଶ୍ୱର ,ସୁନ୍ଦରଗଡ, ସମ୍ବଲପୁରରେ ପ୍ରବଳ ବର୍ଷା । ମୟୂରଭଞ୍ଜ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ସେହିପରି ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।