ରାସ୍ତା ମଝିରେ ଓଲଟି ପଡ଼ିଲା ମାଲ୍ ବୋଝେଇ ଟ୍ରକ୍, ଯାତାୟତ ବାଧାପ୍ରାପ୍ତ

0

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ପୁରଗାଯୋଡି ନିକଟରେ ରହିଥିବା ୩୨୬ ନମ୍ବର ରାଜ୍ୟ ରାଜପଥ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି ମାଲ ବୋଝେଇ ଟ୍ରକ । ଫଳରେ ଦୀର୍ଘ ୬ଘଣ୍ଟାରୁ ଉର୍ଦ୍ଧ୍ବ ସମୟରେ ହେଲା ରାୟଗଡାରୁ ଭବାନୀପାଟଣାକୁ ଯୋଗାଯୋଗ କରୁଥିବା ୩୨୬ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ଠପ୍ ହୋଇ ଯାଇଛି । ଉଭୟ ପାର୍ଶ୍ଵରେ ଶତାଧିକ ଯାନ ବାହାନ ଅଟକି ରହିଥିବା ବେଳେ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି  ରାଜପଥର ପ୍ରାୟ ବହୁ ଜାଗାରେ  ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ଫଳରେ ଦୃତ ଗତିରେ ଗାଡି ଚଳାଇବା କାରଣରୁ ଏହି ଟ୍ରକ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବରପାଇ  ବିଷମ କଟକ ପୁଲିସର ଏକ ଟିମ୍ ପହଞ୍ଚି ରାସ୍ତା ଉପରେ ଓଲଟି ପଡିଥିବା ଟ୍ରକକୁ ବାହାର କରିବା କାର୍ଯ୍ୟରେ ଲାଗିପଡିଥିଲେ । ପ୍ରାୟ ୬ ଘଣ୍ଟା ପରେ  ରାସ୍ତାରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।