ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ବନ୍ଦ

0

ଉତ୍ତରାଖଣ୍ଡ:  ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଯାରି ରହିଛି। ସୁରକ୍ଷାକୁ ଦୃଷ୍ଟି ରଖି କେଦାରନାଥକୁ ଆଗାମୀ ନିର୍ଦ୍ଧେଷ ପର୍ଯ୍ୟନ୍ତ ହେଲିକପ୍ଟର ସେବା ବନ୍ଦ ରଖାଯାଇଛି। ଠିକ୍ ଏହି ସମୟରେ ଉତ୍ତରାଖଣ୍ତ ସରକାର କେଦାରନାଥ ଯାତ୍ରାକୁ ନେଇ ସୁରକ୍ଷା ବବ୍ୟସ୍ଥାକୁ କଡାକଡି କରିଛନ୍ତି। ସୁରକ୍ଷା କର୍ମଚାରୀ ଚାରିଆଡେ ନିୟୋଜିତ ଅଛନ୍ତି ଏବଂ ସମସ୍ତେ ସଜାଗ ଅଛନ୍ତି। ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହେଲିକପ୍ଟର ସେବାକୁ ସ୍ଥଗିତ ରଖାଯାଇଛି। ଏହା ଆହୁରି ମଧ୍ୟ କହିଛି ଯେ ହେଲିକପ୍ଟର ସେବା କେବଳ ଚାରିଧାମ ଯାତ୍ରା ସ୍ଥାନରୁ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଲବ୍ଧ।