(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନୂଆ ମୋଟର ଯାନ ଆଇନ ଦେଶରେ ଲାଗୁ ହେବା ପରେ ସମସ୍ତେ ହେଲମେଟ ପିନ୍ଧିବା ନେଇ ସଚେତନ ହୋଇପଡ଼ିଛନ୍ତି । ହେଲେ ବର୍ତମାନ ମଧ୍ୟ କିଛି ଚାଳକ ହେଲମେଟ ପିନ୍ଧିବାକୁ ମଙ୍ଗୁ ନାହିଁନ୍ତି । କାରଣ ଅଧିକାଂଶ ସମୟ ହେଲେମେଟ ପିନ୍ଧିଲେ ଗରମ ଅନୁଭବ ହୋଇଥାଏ । ମୁଣ୍ଡରୁ ଝାଳ ବାହାରିଥାଏ । ଯାହାକ ଚାଳକକୁ ବ୍ୟବସ୍ତ କରିଥାଏ । ତେଣୁ କରି ଏହି ଅସୁବିଧାକୁ ଦୂର କରିବା ପାଇଁ ଏକ ଉପାୟ ବାହାର କରିଛନ୍ତି ବେଙ୍ଗଲୁରୁର ସନ୍ଦୀପ ନାମକ ଜଣେ ମେକାନିକାଲ ଇଂଜିନିୟର । ସେ ଆରୋହୀଙ୍କ ପାଇଁ ଶୀତତାପ ନିୟନ୍ତ୍ରଣ ହେଲମେଟ ବିକଶିତ କରିଛନ୍ତି । ଏହି ହେଲମେଟର ଓଜନ ୧ କିଲୋ ୭୦୦ ଗ୍ରାମ । ଏହି ହେଲମେଟ ଦୁଇ ଭାଗରେ ବିଭକ୍ତ । ହେଲମେଟ ସହ ଏକ ରବର ଟ୍ୟୁବ ଏବଂ ଏକ ଉତ୍ତାପ ପରିବର୍ତ୍ତନଶୀଳ ଯନ୍ତ୍ର ଲାଗିଛି । ଯାହାକୁ ପିଠିରେ ପିନ୍ଧିବାକୁ ପଡ଼ିବ । ଟ୍ୟୁବ ମାଧ୍ୟମରେ ଥଣ୍ଡା ବାୟୁ ହେଲମେଟ ଭିତରକୁ ଯିବ ଏବଂ ମୁଣ୍ଡକୁ ଥଣ୍ଡା ରଖିବ । ଏହା ବ୍ୟାଠେରିଚାଳିତ । ଅତ୍ୟଧିକ ତାତି ଓ ଗୁଳଗୁଳି ସମୟରେ ଏହାକୁ ପିନ୍ଧି ବାଇକ ଚଳାଇଲେ ମୁଣ୍ଡ ଥଣ୍ଡା ରହିବ । ଅଶ୍ୱସ୍ତିକର ଲାଗିବ ନାହିଁ । ଖରା ଦିନେ ସାଧାରଣ ହେଲମେଟ ପିନ୍ଧି ମୋଟରସାଇକେଲ ଚଳାଇବାକୁ ଭଲପାଉ ନ ଥିବା ଚଳାକ ମାନେ ଏହି ହେଲମେଟ ପିନ୍ଧିବାକୁ ଉତ୍ସାହିତ ହେବେ ।