( ସୁନ୍ଦର କୁମାର ପାଣି / କୋରାପୁଟ ): ଭଙ୍ଗା ଦଦରା କୁଡ଼ିଆ ଏକ ମାତ୍ର ସାହାର ସରକାର ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ଓ ପ୍ରହସନ। ସରକାର ଗରିବଙ୍କ ପାଇଁ ନା ନା ଯୋଜନା କରୁଛନ୍ତି । କିନ୍ତୁ କିଛି ବ୍ୟକ୍ତିଙ୍କ ପାଇଁ ଗରିବ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପକ୍କା ଘର ପାଇଁ ଦୀର୍ଘ ଦିନରୁ ସଂଘର୍ଷ କରି ନୟାନ୍ତ ହୋଇ ପଡିଲେଣି ସେ।ସରକାରୀ ଆବାସ ଯୋଜନା ତାଙ୍କ ପକ୍ଷେ ପ୍ରହସନ ହୋଇଛି।ଦଦରା ଘର ତାଙ୍କ ପାଇଁ ହୋଇଛି ସହାରା । ।କିଛି ଏ ଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ପଦ୍ମପୁର ଗ୍ରାମପଞ୍ଚାୟତ ର ରେଙ୍ଗିଆଗୁଡା ଗ୍ରାମରେ । ଗ୍ରାମର ମୋତି କୂଳଦୀପ (୭୦) ।ଦୁର୍ଦ୍ଦଶା ରେ ଗତି କରୁଥିଲେହଁ ମୋତି କୂଳଦୀପ ର ଦୁଃଖ ବୁଝିବାକୁ ପ୍ରଶାସନ ପାଖରେ ସମୟ ନାହିଁ।ପରିଣତ ବୟସରେ ନଟିନାତୁଣୀଙ୍କ ସହ ଜୀବନ ବିତାଇବେ ବୋଲି ସ୍ୱପ୍ନ ଦେଖିଥିବା ମୋତି ନିଜେ ମୁଣ୍ଡ ଗେଂଯିବା କୁ ପକ୍କାଘରଟିଏ ନାହିଁ। ଏକ ଦଦର କୁଟିଆ ଯାହାକି ପଛପଟ କାନ୍ଥ ଭାଙ୍ଗି ଯାଇଛି ମୋତି ସେହି ଭଙ୍ଗା କୁଡ଼ିଆ କରେ ଦିନ ବିତାଉଛି। ଏହି ବୟସରେ ଗ୍ରାମ ପାଖ ଜଙ୍ଗଲ ରୁ କାଠ ଆଣି ବିକ୍ରି ଚାଲେ କାରଣ ସରକାର ପକ୍ଷରୁ କେବଳ ମାସିକ ୫କେଜି ଚାଉଳ ପୁଣି ବାର୍ଦ୍ଧକ୍ୟ ଭତ୍ତା ୫୦୦ଟଙ୍କା ମିଳେ। ଅନ୍ୟପଟେ ମୋତିଙ୍କ ପାଇଁ ଆବାସ ଯୋଜନା ସତସପନ ହୋଇଛି । ମୋତି ନିଜ ପିଲା ଛୁଆ ହରେଇ ଏକାକୀ ରାହୁଥିବାବେଳେ ସମ୍ପତ୍ତି କହିଲେ ଏକ ଭଙ୍ଗା ଘର । ପ୍ରଶାସନ ସବୁ ଜାଣି ସୁଦ୍ଧା ତାଙ୍କୁ କୌଣସି ସୁବିଧା ଯୋଗେଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ସରକାରୀ ଯୋଜନା କାହା ହିତରେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।