ବାଲେଶ୍ୱର(ରିପୋର୍ଟର୍ସ ଟୁଡେ) : ଜୁନ୍ ୧୬ ତାରିଖ ଦିନ ଶେରଗଡ ଗୋରୁଗାଡି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ସୋମନାଥପୁରର ଦିପୁ ଓରଫ୍ କରୁଣାକର। ଗୋସେବା କେନ୍ଦ୍ରର କର୍ମକର୍ତାଙ୍କ ଢେଲା ମାଡରେ ଭଦ୍ରକ ଜିଲା କଣ୍ଟା ବଣିଆ ଅଞ୍ଚଳର ଗୋରୁ ଗାଡି ହେଲପର ସେକ ଶାହାରୁଖଙ୍କ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ଶାହାରୁଖ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା ବେଳେ ଅଧ ରାସ୍ତାରେ ତାଙ୍କର ମୃତ୍ୟ ହୋଇଥିଲା ।