ଭତ୍ତା ପାଇଁ ଅପେକ୍ଷାରେ ୬୦ ବର୍ଷ ରୁ ଉର୍ଦ୍ଧ ଅସହାୟ ବୃଦ୍ଧବୃଦ୍ଧା

0

ଭୁବନେଶ୍ୱର: ଭତ୍ତା ପାଇଁ ଅପେକ୍ଷାରେ ୬୦ ବର୍ଷ ରୁ ଉର୍ଦ୍ଧ ଅସହାୟ ବୃଦ୍ଧବୃଦ୍ଧା। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନ କ୍ଷମ ଭତ୍ତା ପାଇଁ ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ । ସେହିପରି ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଛନ୍ତି ୪୦, ୯୨୭ ଜଣ ହିତାଧିକାରୀ । ସେପଟେ ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି ୬୧,୫୭୯ ଜଣ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪ ଲକ୍ଷ୍ ୬୪ ହଜାର ୮୪୯ ଜଣ । ଏବଂ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ କରିଛନ୍ତି ୨୬୯ ଜଣ ହିତାଧିକାରୀ । ଏନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।