ମଥୁରାରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ହେମା ମାଳିନୀ

0

(ରିପୋର୍ଟସ ଟୁଡ଼େ) ମଥୁରା: ଆଜି ଲୋକସଭା ନିର୍ବାଚନ ଓ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ୟ୍ୟାୟର ମତଦାନ ପାଇଁ ନାମାଙ୍କନର ଶେଷ ଦିବସ । ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୧୧ରେ ମତଦାନ ହେବ । ଏହି ପର୍ୟ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ମଥୁରା କୈରାନା ସମେତ ଉତ୍ତରାଖଣ୍ଡର ୫ ଆସନ ଏବଂ ଓଡ଼ିଶାର ୪ଟି ଲୋକସଭା ଆସନରେ ମଧ୍ୟ ମତଦାନ ହେବ ।
ଆଜି ଶେଷ ଦିନରେ ମଥୁରାରୁ ବିଜେପି ପ୍ରାର୍ଥୀ ଭାବେ ହେମା ମାଳିନୀ ତାଙ୍କ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।
ଯୋଗୀ ଆଦିତ୍ୟନାଥ ମଥୁରା ପହଂଚି ଏକ ସଭାକୁ ସମ୍ବୋଧିତ କରିବେ । ପରେ ସେ ଦଳୀୟଙ୍କ କର୍ମୀଙ୍କ ସହିତ ଆଲୋଚନା କରିବେ ।
ପଶ୍ଚିମ ଉତ୍ତର ପ୍ରଦେଶର ଅନ୍ୟ ଆସନ ବିଜନୌର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାରତେନ୍ଦ୍ର ସିଂହ, କଂଗ୍ରେସ ପ୍ରାର୍ଥୀ ନସିମୁଦ୍ଦିନ ସିଦ୍ଦିକୀ ଏବଂ ବହୁଜନ ସମାଜ ପାର୍ଟି ମଲୁକ ନାଗର ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ।