ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ରିଖ ୧୦ ଜାନୁୟାରୀ,୨୦୨୫) ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ।
ଜାନୁଆରୀ ୧୧ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ଜାନୁଆରୀ ୧୨ ସନ୍ଧ୍ୟା ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ଏହି ପ୍ରଦର୍ଶନୀ ପ୍ରବାସୀ ଭାରତୀୟ ଦିବସ ପାଳନର ଏକ ଅଂଶ, ଯାହା ବିଭିନ୍ନ କ୍ଷେତ୍ରରେ ଭାରତୀୟ ପ୍ରବାସୀଙ୍କ ଅବଦାନକୁ ସମ୍ମାନିତ କରିଥାଏ।
ପରିଦର୍ଶକମାନେ ବିଶ୍ୱସ୍ତରୀୟ ଭାରତୀୟ ସମ୍ପ୍ରଦାୟର ସଫଳତା ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀ ସହିତ ଜଡିତ ହେବାର ଅନନ୍ୟ ସୁଯୋଗ ପାଇବେ।