କ୍ରୁଜ ପାର୍ଟି ପାଇଁ ହେରୋଇନ ଇରାନରୁ ଆସୁଥିଲା

0

ମୁମ୍ବାଇ: ମୁମ୍ବାଇର କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ମଧ୍ୟରେ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଡିରେକ୍ଟର (ଡିଆରଆଇ) ଟିମ ମୁମ୍ବାଇ ପୋର୍ଟ ଉପରେ ଚଢାଉ କରି ୨୫ କିଲୋ ହିରୋଇନ ଜବତ କରିଛି । ଏହାର ବଜାର ମୂଲ୍ୟ ୧୨୫ କୋଟିରୁ ଅଧିକ ହେବ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଡିଆରଆଇର ମୁମ୍ବାଇ ୟୁନିଟ ପୋର୍ଟ ଉପରେ ଚଢାଉ କରି ଏକ କଣ୍ଟେନରରୁ ୨୫ କିଲୋ ହିରୋଇନ ଜବତ କରିଛି । ଏହି ଘଟଣାରେ ଟିମ ମୁମ୍ବାଇର ବ୍ୟବସାୟୀ ଜୟେଶ ସାଂଘବୀ(୬୨)କୁ ଗିରଫ କରିଛି । ସାଂଘବୀ ଉପରେ ଅଭିଯୋଗ କି ସେ ଇରାନରୁ ବାଦମ ତେଲ ରତ୍ପାନୀ କାଳରେ ଏହି ହେରୋଇନ ଲୁଚାଇ ମୁମ୍ବାଇ ଆଣିଥିଲା । ଡିଆରଆଇର ଜଣେ ଅଧିକାରୀ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ନବୀ ମୁମ୍ବାଇରେ ଇରାନରୁ ଆସିଥିବା କଣ୍ଟେନର ଯାଞ୍ଚ ବେଳେ ସେଥିରୁ ହେରୋଇନ ଜବତ ହୋଇଛି ।